Latest Odisha News

BREAKING NEWS

୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ

ଭୁବନେଶ୍ବର: ୨୦୨୫ ମସିହାରେ ଖ୍ରୀଷ୍ଟମାସରୁ ଜିରୋ ନାଇଟ୍ ପର୍ଯ୍ୟନ୍ତ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭୁବନେଶ୍ୱର ବାସିନ୍ଦା ୩୨ କୋଟି ଟଙ୍କାର ମଦ ପିଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ସମୟରେ ରାଜଧାନୀର କ୍ଲବ୍, ପବ୍ ଏବଂ ଅଫ-ସପ୍ସରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଏତେ ପରିମାଣର ମଦ୍ୟ ପାନୀୟ ବିକ୍ରି ହେବା ସହରର ବର୍ଦ୍ଧିତ ନାଇଟ୍ ଲାଇଫ୍ ଏବଂ ଛୁଟିଦିନର ଉତ୍ସାହକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ତେବେ ରାଜଧାନୀ ବାସିନ୍ଦା ୨.୫ ଲକ୍ଷ ଲିଟର ବିଦେଶୀ ମଦ ଏବଂ ୧.୫ ଲକ୍ଷ ଲିଟର ଦେଶୀ ମଦ ପିଇବା ସହ ୧.୭୮ ଲକ୍ଷ ଲିଟର ବିୟର ପିଇଥିବା ନେଇ କର୍ତ୍ତୃପକ୍ଷ ମାନେ ସୂଚନା ଦେଇଛନ୍ତି।

ଏଥିସହିତ ଅବକାରୀ ନିୟମ ର ପାଳନ କରି ଏହିସବୁ ପାନୀୟ ବିକ୍ରୟକୁ କଡ଼ାକଡ଼ି ତଦାରଖ କରୁଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ପର୍ବପର୍ବାଣୀ ସମୟରେ ସୁରକ୍ଷିତ ଏବଂ ନିୟନ୍ତ୍ରିତ ବ୍ୟବହାରକୁ ସହଜ କରିବା ସହିତ ବେଆଇନ ମଦ ବିକ୍ରୟକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି।

 

Comments are closed.