Latest Odisha News

BREAKING NEWS

ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବାକୁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କରୋନକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ଗଂଜାମ ଫର୍ମୁଲା ଲାଗୁ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଏମ୍ ପାରୁଲ ପଟୁୱାରୀ ।

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ବ୍ୟାପକ ହେଲଥ ସ୍କ୍ରିନିଂ ହେବ । ବସ୍ତି ଏବଂ ଅନ୍ୟ ଅଂଚଳରେ ହେଲଥ ସ୍କ୍ରିନିଂ କରାଯିବ। ଏଥିପାଇଁ ୫୬୫ ରାପିଡି ରେସପନ୍ସ ଟିମ ଗଠନ କରାଯାଇଛି । ଏପରିକି କୌଣସି କରୋନା ନେଇ ସନ୍ଦେହ ଥିଲେ ୧୯୨୯କୁ କଲ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ।

ହୋମ ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି । ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡ଼ିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ । କରୋନା ଆକ୍ରାନ୍ତ କୋଭିଡ ନିୟମ ମାନୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖାଯିବ । ହସ୍ପିଟାଲରେ ବେଡ ସଂଖ୍ୟା ବଢାଯିବ ବୋଲି ପାରୁଲ ପଟୁୱାରୀ କହିଛନ୍ତି ।

Leave A Reply

Your email address will not be published.