Latest Odisha News

BREAKING NEWS

ଭୁବନେଶ୍ୱର ତାପମାତ୍ରା ଛୁଇଁଲା ୪୩.୭ ଡ଼ିଗ୍ରୀ, ଉପକୂଳ ଓଡ଼ିଶାରେ ରୌଦ୍ରତାପ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମଙ୍ଗଳବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀର ତାପମାତ୍ରା ବୃଦ୍ଧି ହେବା ସହିତ ଏହା ୪୩.୭ ଡ଼ିଗ୍ରୀ ଛୁଇଁଥିବାର ରେକର୍ଡ଼ କରାଯାଇଛି । ତେବେ ଏବର୍ଷ ଏପ୍ରିଲ ମାସରେ ଭୁବନେଶ୍ୱରର ଏହା ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ପାଣିପାଗ କେନ୍ଦ୍ରର ରେକର୍ଡ଼ ଅନୁସାରେ ୧୧ ଏପ୍ରିଲ ୨୦୧୬ ମସିହାରେ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ରହିଥିଲା ।

ଆଜି ଦିନ ୯ଟା ସମୟରେ ରାଜଧାନୀର ତାପମାତ୍ରା କ୍ରମେ ବୃଦ୍ଧି ପାଇବାକୁ ଲାଗିଥିଲା । ମଧ୍ୟାହ୍ନ ବେଳକୁ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଏହା ଜନସାଧାରଣଙ୍କ ଲାଗି ଅସହ୍ୟ ହୋଇପଡ଼ିଥିଲା । ପ୍ରଚଣ୍ଡ ଖରା ସାଙ୍ଗକୁ ପବନ ନହେବା ରାଜଧାନୀବାସୀ ଡ଼ହଳ ବିକଳ ହୋଇପଡ଼ିଥିଲେ । ରାସ୍ତା ଜନଶୂନ୍ୟ ହୋଇପଡ଼ିଥିଲା ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବାର ସମ୍ଭାବନା ରହିଥିଲେ ମଧ୍ୟ ତାପମାତ୍ରା ହ୍ରାସ ହେବାର କୌଣସି ସୂଚନା ମିଳିପାରିନାହିଁ ।

ମଙ୍ଗଳବାର ଦିନ ସନ୍ଧ୍ୟାରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନ୍ୟ ଯେଉଁସବୁ ସ୍ଥାନ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରହିଛି ସେହି ସ୍ଥାନ ଗୁଡ଼ିକ ହେଲା – ଚାନ୍ଦବାଲି (୪୦.୫), କଟକ (୪୧.୧), ଅନୁଗୁଳ (୪୨.୭), ଝାରସୁଗୁଡ଼ା (୪୦), ତାଳଚେର (୪୩.୩), ଟିଟିଲାଗଡ଼ (୪୨.) ଏବଂ ମାଲକାନଗିରି (୪୦.୮) ଡ଼ିଗ୍ରୀ ।

ଏହା ବ୍ୟତୀତ ଅନ୍ୟ ଯେଉଁସବୁ ସ୍ଥାନମାନଙ୍କରେ ତାପମାତ୍ରା ପାଖାପାଖି ୪୦ ଡ଼ିଗ୍ରୀ ପହଞ୍ଚିଛି ସେହି ସ୍ଥାନଗୁଡ଼ିକ ହେଲା – ବାଲେଶ୍ୱର (୩୮.୪), ବାରିପଦା (୩୯.୪), କେନ୍ଦୁଝର (୩୮.୩), ସମ୍ବଲପୁର (୩୯.୯), ସୁନ୍ଦରଗଡ଼ (୩୯), ହିରାକୁଦ (୩୯.୧), ଭବାନୀପାଟଣା (୩୯.୫), ସୋନପୁର (୩୯.୨) ଡ଼ିଗ୍ରୀ ତାପମାତ୍ରା ।

Leave A Reply

Your email address will not be published.