Latest Odisha News

ଭୁଲ ରାସ୍ତାରେ ଗାଡି ଚଳାଉଥିବା ଚାଳକଙ୍କୁ ସାବଡ କରିବାକୁ ଆରମ୍ଭ ହେଲା ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବାକୁ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ଅଂଶ ସ୍ୱରୂପ ଭୁଲ୍ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଜବତ କରାଯାଉଛି।

ବିଶେଷ କରି ବାଇକ୍ ଚାଳକମାନେ ଟ୍ରାଫିକ୍ ନିୟମକୁ ଉଲ୍ଲଙ୍ଘନ କରି ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି। ଏଭଳି ନିୟମ ଉଲ୍ଲଙ୍ଘନକୁ ରୋକିବା ପାଇଁ ଟ୍ରାଫିକ୍ ପୁଲିସ ଜୋରିମାନା ଆଦାୟ କରିବା ପରିବର୍ତ୍ତେ ଗାଡ଼ି ଜବତ କରିବାକୁ ନିଷ୍ପତ୍ତି ନେଇଛି। ଜବତ ଗାଡ଼ି ମାଲିକଙ୍କୁ କୋର୍ଟରେ ଜରିମାନା ଦେଇ ଛାଡ଼ିବାକୁ ପଡ଼ିବ।

ରାଜଧାନୀର ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଏହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଚାଲିଛି। ଜରିମାନା ଓ କୋର୍ଟ କେସ୍ ରୋକିବା ପାଇଁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମିସନରେଟ୍ ପୁଲିସ ପୂର୍ବରୁ ଗାଡ଼ି ଚାଳକଙ୍କୁ ନିବେଦନ କରିଥିଲା। ରାଜଧାନୀରେ ବିଭିନ୍ନ ନିୟମକୁ ନେଇ ଏନଫୋର୍ସମେଣ୍ଟ ଅଭିଯାନ ଜାରି ରହିବ।

ଟ୍ରାଫିକ୍ ପୁଲିସର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କାରଣ ଭୁଲ୍ ରାସ୍ତାରେ ଗାଡ଼ି ଚଳାଇଲେ ବଡ଼ ଧରଣର ଦୁର୍ଘଟଣା ଘଟିପାରେ। ନିଜର ସୁରକ୍ଷା ଓ ଅନ୍ୟର ସୁରକ୍ଷା ପାଇଁ ସମସ୍ତ ଗାଡ଼ି ଚାଳକ ଟ୍ରାଫିକ୍ ନିୟମ ପାଳନ କରିବା ଜରୁରୀ।

Leave A Reply

Your email address will not be published.