Latest Odisha News

BREAKING NEWS

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପରିଚୟପତ୍ର ବାଧ୍ୟତାମୂଳକ

ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ବୈଧ ପରିଚୟପତ୍ର ବହନ କରିବା ବାଧ୍ୟତାମୂଳକ କରାଯାଇଛି । ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, କ୍ୟାମ୍ପସରେ ବୈଧ ପରିଚୟପତ୍ର ବହନ କରିବା ଜରୁରୀ। ଯଦି କୌଣସି ବ୍ୟକ୍ତି ବିନା ପରିଚୟ ପ୍ରମାଣରେ ଠାବ ହୁଅନ୍ତି କିମ୍ବା କ୍ୟାମ୍ପସରେ ଉପସ୍ଥିତି ନେଇ ଯଥାର୍ଥତା ପ୍ରମାଣିତ କରିବାରେ ଅସମର୍ଥ ହୁଅନ୍ତି; ତା’ହେଲେ ତାଙ୍କୁ ଅନଧିକୃତ ବ୍ୟକ୍ତି ଭାବେ ବିବେଚନା କରାଯିବ। ଏପରିକି ତାଙ୍କୁ ସ୍ଥାନୀୟ ଥାନା ପୁଲିସ୍‌କୁ ମଧ୍ୟ ହସ୍ତାନ୍ତର କରାଯିବ।

ମଦ, ତମାଖୁ ଉତ୍ପାଦ ଏବଂ ନାର୍କୋଟିକ୍ ଡ୍ରଗ୍ସ ଆଦି ବ୍ୟବହାର ଏବଂ ରଖିବାକୁ ବାରଣ କରାଯାଇଛି। ବିଶ୍ବବିଦ୍ୟାଳୟ ଏକ ସମ୍ପୂର୍ଣ୍ଣ ଶୂନ୍ୟ ସହନଶୀଳ ଜୋନ୍‌ ଭାବେ କାର୍ଯ୍ୟ କରୁଛି। ​ଶୈକ୍ଷିକ ପରିବେଶର ପବିତ୍ରତା ଏବଂ ସୌନ୍ଦର୍ଯ୍ୟକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟକଳାପ ଯଥା- ଅନଧିକୃତ ଭାବେ ଘୂରି ବୁଲିବା, ଉପଦ୍ରବ ସୃଷ୍ଟି କିମ୍ବା ବିଶୃଙ୍ଖଳିତ ବ୍ୟବହାର କରିବା ଆଦିକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି।

ଉକ୍ତ ନିର୍ଦ୍ଦେଶ ଗୁଡିକ ଭଙ୍ଗ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.