Latest Odisha News

BREAKING NEWS

ଇଣ୍ଟରନେଟ୍‌ରେ ଭାଇରାଲ୍ ଦିବ୍ୟେନ୍ଦୁଙ୍କ ବିଛୁଆ ଟ୍ରାକ୍ !

ମୁମ୍ବାଇ: ୱେବ୍ ସିରିଜ୍ ମିର୍ଜାପୁର ପରେ ମୁନ୍ନା ଓରଫ ଦିବ୍ୟେନ୍ଦୁଙ୍କ ଆଗାମୀ ପଦାର୍ପଣକୁ ଚାହିଁ ବସିଛନ୍ତି ଦର୍ଶକ । ଏହି ଚାହିଦାକୁ ଆଖି ଆଗରେ ରଖି କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍ ବିଛୁ କା ଖେଲରେ ଆସୁଛନ୍ତି ଦିବ୍ୟେନ୍ଦୁ ଶର୍ମା । କିଛିଦିନ ପୂର୍ବରୁ ଏହାର ଟ୍ରେଲର୍ ଧମାଲ ମଚାଇଥିଲା । ଆଉ ଏବେ ଏହାର ଟାଇଟଲ ଟ୍ରାକ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଏହି ହାଇ ଏନର୍ଜି ଗୀତଟିକୁ ଗୀତ ସାଗର ନିଜ କଣ୍ଠରେ ସଜାଇଛନ୍ତି । ଖାସ କରି ଯୁବାବର୍ଗଙ୍କ ନିକଟରେ ଏହି ଗୀତଟି ଖୁବ ଲୋକପ୍ରିୟ ହୋଇପାରିଛି ।

 

View this post on Instagram

 

A post shared by ALTBalaji (@altbalaji)

ଏହି ୱେବ୍ ସିରିଜରେ ଦିବ୍ୟେନ୍ଦୁଙ୍କ ସମେତ ଜିଶାନ୍ ତ୍ରିପାଠୀ, ଅଂଶୁଲ୍ ଚୌହାନ ଓ ରାଜେଶ ଶର୍ମାଙ୍କ ଭଳି ପୁରୁଖା ଅଭିନେତାଙ୍କୁ ଦେଖିବାକୁ ମିଳିବ । ଖାସ କରି ଆକ୍ସନ୍‌, ଥ୍ରୀଲର୍ ଓ ଦମଦାର ଡାଇଲଗକୁ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏହି ୱେବ୍ ସିରିଜଟିକୁ ପ୍ରସ୍ତୁତ କରାଯାଇଛି । ଏଥିରେ ଦିବ୍ୟେନ୍ଦଙ୍କୁ ମାଷ୍ଟର ମାଇଣ୍ଡ ରୂପେ ନିଜ ବାପାଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେବାରେ ଦେଖିବାକୁ ମିଳିବ । ଆସନ୍ତାକାଲି ଏହି ଦମଦାର ୱେବ୍ ସିରିଜ୍ ଅଲ୍ଟ ବାଲାଜୀ ଓ ଜି୫ ଓଟିଟି ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ ହେବ ।

Leave A Reply

Your email address will not be published.