Latest Odisha News

BREAKING NEWS

ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି, ୧୫୦୦ କଏଦୀଙ୍କୁ ଦେଲେ ରାଜକ୍ଷମା

ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି । ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ୧୫୦୦ କଏଦୀଙ୍କୁ କ୍ଷମା କଲେ ରାଷ୍ଟ୍ରପତି । ସେହିପରି ଅପରାଧିକ ମାମଲାରେ ୩୯ ଜଣଙ୍କୁ ରାଜକ୍ଷମା ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ୍। ମୁକ୍ତ କଏଦୀଙ୍କ ଭିତରେ ୪ଜଣ ଭାରତୀୟ ନାଗରିକ ଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, କାର୍ଯ୍ୟକାଳ ସରିବା ପୂର୍ବରୁ ଜେଲରେ ବନ୍ଦୀ ହୋଇ ରହିଥିବା ୧୫୦୦ ଜଣ କଏଦୀଙ୍କୁ ରାଜକ୍ଷମା ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । ତେବେ କହିରଖୁଛୁ ଯେ, ଗତ କିଛି ଦିନ ତଳେ ଜେଲ୍‌ରେ ଥିବା ନିଜ ୫୪ ବର୍ଷୀୟ ପୁତ୍ର ହଣ୍ଟର୍ ବାଇଡେନ୍‌ଙ୍କୁ ରାଜକ୍ଷମା ଦେଇଥିଲେ ବାଇଡେନ୍ । ତେବେ ପିତାଙ୍କ ଠାରୁ ଏହି କ୍ଷମା ନ ପାଇଥିଲେ ହଣ୍ଟର୍‌ଙ୍କୁ ବନ୍ଧୁକ ଅପରାଧ ପାଇଁ ୨୫ ବର୍ଷ ସହିତ ଟିକସ ଫାଙ୍କିବା ଅପରାଧରେ ୧୭ ବର୍ଷ କାରାବାସ ଭୋଗିବାକୁ ପଡ଼ିଥାନ୍ତା। ୨୦୧୮ରେ ଆଗ୍ନେୟାସ୍ତ୍ର କ୍ରୟ କରିବା ଅଭିଯୋଗରେ ହଣ୍ଟରକୁ ଡେଲୱାଲ ଫେଡେରାଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୧୪ ଜାନୁୟାରୀ ୧ରୁ ୨୦୨୪ ଡିସେମ୍ବର ୧ ପର୍ଯ୍ୟନ୍ତ ହଣ୍ଟର ବାଇଡେନ କରିଥିବା ସମସ୍ତ ଦୋଷୀରୁ ତାଙ୍କୁ ମୁକ୍ତ କରାଯାଇଛି।

Comments are closed.