Latest Odisha News

BREAKING NEWS

ରୁଷକୁ ଜି୨୦ ଗ୍ରୁପରୁ ବାହାର କରିବା ପାଇଁ କହିଲେ ବାଇଡେନ

ବ୍ରୁସେଲ୍ସ: ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁନର୍ବାର ରୁଷକୁ ଟାର୍ଗେଟ କରିଛନ୍ତି । ୟୁକ୍ରେନ ଉପରେ ରୁଷ ଅକଥନୀୟ ଅତ୍ୟାଚାର କରୁଥିବାରୁ ବିକାଶଶୀଳ ଦେଶଙ୍କ ଜି୨୦ ଗ୍ରୁପରୁ ବାହାର କରିଦେବା ପାଇଁ ବାଇଡେନ କହିଥିଲେ । ଏହା ଦ୍ୱାରା ରୁଷର ଆର୍ଥୀକ ଅବସ୍ଥା ଶୋଚନୀୟ ହୋଇ ପଡିବ । ଯଦି ସଦସ୍ୟ ଦେଶ ରୁଷକୁ ହଟାଇବା ପାଇଁ ରାଜି ନ ହେବେ ତାହାହେଲେ ୟୁକ୍ରେନକୁ ନାଟୋ ବୈଠକରେ ସାମିଲ କରାଯାଉ ବୋଲି ସେ କହିଥିଲେ ।

ଏହା ବ୍ୟତୀତ ରୁଷ ଯଦି କେମିକାଲ ଅସ୍ତ୍ରର ବ୍ୟବହାର କରିବ ତାହାହେଲେ ନାଟୋ ଏହାର ଜବାବ ଦେବ ବୋଲି ସେ ଚେତେଇ ଦେଇଛନ୍ତି । ୨୦୧୪ରେ କ୍ରିମିଆକୁ କବଜା କରିବା ପରେ ରୁଷକୁ ଜି୮ରୁ ବାହାର କରି ଦିଆ ଯାଇଥିଲା ।

Comments are closed.