ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଦିନ ହଂକଂରେ ମାନବ ଅଧିକାର ଉଲ୍ଲଂଘନ ତଥା ଜିନଜିଆଙ୍ଗରେ ଉଇଗୁରୁଙ୍କ ବିରୋଧରେ ଚୀନ୍କୁ ଚେତାବନୀ ଦେଇଛନ୍ତି।
ଆମେ ମାନବିକ ଅଧିକାର ପାଇଁ ଛିଡା ହେବା ଆବଶ୍ୟକ ବୋଲି ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଟାଉନ ହଲ ସଭାକୁ ସମ୍ବୋଧିତ କରିବା ବେଳେ କହିଛନ୍ତି। ୱିସ୍କୋସିନ୍ର ମିଲୱାକିରେ ସିଏନ୍ଏନ୍ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଆମେ ବାସ୍ତବରେ, ଜାତିସଂଘ ଏବଂ ଅନ୍ୟାନ୍ୟ ଏଜେନ୍ସିରେ ମାନବିକ ଅଧିକାରର ମୁଖପାତ୍ର ଭାବେ ଆମର ଭୂମିକାକୁ ପୁନଃସ୍ଥାପିତ କରିବାକୁ ଯାଉଛୁ, ଯାହା ସେମାନଙ୍କର ମନୋଭାବ ଉପରେ ପ୍ରଭାବ ପକାଇବ।
ଚୀନ୍ ପାଇଁ ମାନବିକ ଅଧିକାରର ଉଲ୍ଲଂଘନ ହେବାର ପରିଣାମ ବହୁତ ଭୟଙ୍କର ହୋଇପାରେ ବୋଲି ବାଇଡେନ କହିଛନ୍ତି।