Latest Odisha News

BREAKING NEWS

ଏସସିବିରୁ ଡିସଚାର୍ଜ ହେଲେ ବିଦ୍ୟାଶ୍ରୀ

କଟକ: ଆଜି କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ତେବେ ସେ ପର୍ସନାଲିଟି ଡିଜଅର୍ଡର ରୋଗରେ ପୀଡିତ ଥିବା ମାନସିକ ରୋଗ ଗିଭାଗର ଡାକ୍ତର କହିଛନ୍ତି । ପ୍ରତି ସପ୍ତାହରେ ସେ କାଉନସେଲିଂ ହେବାକୁ ଆସିବେ ବୋଲି ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି ।

କିଛି ଦିନ ତଳେ ବିଦ୍ୟାଶ୍ରୀ ଫେସବୁକ ଲାଇଭ କରି ନିଦବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକ ତାଙ୍କୁ ଏସସିବିରେ ଭର୍ତ୍ତି କରିଥିଲେ । କିଛି ଲୋକ ତାଙ୍କ ସ୍ୱାମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରୁଥିବାକୁ ସେ ଭାଙ୍ଗି ପଡିଛନ୍ତି ଓ ଆତ୍ମହତ୍ୟା କରୁଛନ୍ତି ବୋଲି ଫେସବୁକ ଲାଇଭରେ କହିଥିଲେ ।

ଗତ ବର୍ଷ ଜୁଲାଇ ମାସରେ ମାନବପ୍ରେମୀ ଆଦିତ୍ୟଙ୍କ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣା ନିକଟରେ ମିଳିଥିଲା । ତେବେ ତାହା ହତ୍ୟା ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଏ ନେଇ ତଦନ୍ତ ଚାଲିଛି ।

Leave A Reply

Your email address will not be published.