Latest Odisha News

BREAKING NEWS

ପିଓକେରେ ଥିବା ଆତଙ୍କୀଙ୍କ ବିରୋଧରେ ପାକ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ: ବ୍ୟାଜାପ୍ତ ହେବ ସମ୍ପତ୍ତି

ଜମ୍ମୁକଶ୍ମୀର: ଗୋଟିଏ ପଟେ ପାକ ଅଧିକୃତ କାଶ୍ମୀରର ଲୋକେ ଭାରତରେ ମିଶିବା ପାଇଁ ବିକ୍ଷୋଭ କରୁଥିବାବେଳେ ଅନ୍ୟପଟେ ପାକ ସରକାର ଏଠାରେ ନେଉଛି କଡା କାର୍ଯ୍ୟାନୁଷ୍ଠାନ । ପିଓକେରେ ଥିବା ଆତଙ୍କୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛନ୍ତି ପାକ ସରକାର ।

ଗତ କିଛି ବର୍ଷ ଧରି ପାକ ଅଧୀକୃତ କାଶ୍ମୀରରେ ଶରଣ ନେଇଥିବା ଶତାଧିକ ଆତଙ୍କବାଦୀ ନିଜ ସମ୍ପତ୍ତି ଉପରୁ ଅଧିକାର ହରେଇବେ । କାରଣ ଏମାନଙ୍କୁ ଆତଙ୍କବାଦୀ ଘୋଷଣା କରି ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପାକ ସରକାର ।

ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ‘ ଦେଶର ଶତ୍ରୁ…ଯେଉଁମାନେ ଭାରତରେ ଆତଙ୍କବାଦୀ ଗତିବିଧିରେ ସାମିଲ ହେବା ପରେ ପାକିସ୍ଥାନରେ ଶରଣ ନେଇଛନ୍ତି ସେମାନେ ଏବେ ଏଠାରେ ଆତଙ୍କ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଇ ଉଗ୍ରବାଦୀଙ୍କ ବିଷୟରେ ଡାଟା ପ୍ରସ୍ତୁତ କରାଯାଉଛି ।’

ସେ କହିଛନ୍ତି,  ଡୋଡୋ ଜିଲ୍ଲାରେ ଏ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇଗଲାଣି । ପିଓକେରେ ଶରଣ ନେଇଥିବା ୧୬ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଡୋଡୋ ଜିଲ୍ଲାରେ କିଛି ଦିନପୂର୍ବେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା । ଏମାନଙ୍କ ସମ୍ପତ୍ତି ଜବତ କରାଯାଇଛି । ସେମାନଙ୍କୁ ପଳାତକ ଘୋଷଣା କରାଯାଇଛି ।

ଏକ ରିପୋର୍ଟ ଅନୁସାରେ, ଜମ୍ମୁକଶ୍ମୀର ପୋଲିସର ଗୋଇନ୍ଦା ଶାଖା ୪୨୦୦ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି । ଯେଉମାନଙ୍କ ମଧ୍ୟରୁ  ୧୯୦୦ ପାକ ଅଧିକୃତ କାଶ୍ମୀରର । ସେତିକି ନୁହେଁ, ଏହି ଆତଙ୍କୀଙ୍କୁ ଶରଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Comments are closed.