Latest Odisha News

BREAKING NEWS

କମ ଟଙ୍କାରେ ଚମତ୍କାର ଅଫର ! ୫୧ ଟଙ୍କା ପ୍ଲାନରେ Jio ଦେଲା ଅସୀମିତ ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପୁଣି ଥରେ ପ୍ରମାଣ କରିଛି କାହିଁକି ଏହା ଦେଶର ସବୁଠୁ ଅଧିକ ମୋବାଇଲ ଗ୍ରାହକଙ୍କ ପସନ୍ଦ। କମ୍ ମୂଲ୍ୟରେ ଅଧିକ ଲାଭ ଦେବାରେ ଜିଓ ନିଜର ଅନନ୍ୟ ଶୈଳୀ ବଜାୟ ରଖି ମାତ୍ର ୫୧ ଟଙ୍କାରେ ଏକ ଏପରି ଡାଟା ପ୍ୟାକ୍ ଆରମ୍ଭ କରିଛି, ଯାହା ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଏକ ଉପହାର ସଦୃଶ।

୫୧ ଟଙ୍କା ପ୍ଲାନରେ କ’ଣ ରହିଛି ଖାସ୍?
ଏହି କମ୍ ମୂଲ୍ୟର ପ୍ୟାକ୍ ସହ ଜିଓ ଗ୍ରାହକମାନେ ୩ ଜିବି ହାଇ-ସ୍ପିଡ ଡାଟା ପାଇବେ। ଏହା ସହ, ଯଦି ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ ଅଛି ଓ ଆପଣ ଜିଓର ୫ଜି ଓ୍ୱେଲକମ ଅଫର ସକ୍ରିୟ କରିଛନ୍ତି, ତେବେ ଏହି ପ୍ୟାକରେ ଆପଣ କୌଣସି ସୀମା ବିନା ଅସୀମିତ ୫ଜି ଡାଟାର ମଜା ନେଇପାରିବେ।

ବୈଧତା କିପରି କାମ କରିବ?
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ଫୁଲ୍ ରିଚାର୍ଜ ପ୍ଲାନ ନୁହେଁ, ଏହା ଆପଣଙ୍କ ଅନ୍ୟ ସକ୍ରିୟ ପ୍ଲାନ ସହ ଯୋଡ଼ାଯାଇଥାଏ। ଅର୍ଥାତ୍, ଯଦି ଆପଣ ପୂର୍ବରୁ ଏକ ୧.୫ ଜିବି ଦୈନିକ ଡାଟା ବିଶିଷ୍ଟ ମାସିକ ପ୍ଲାନ ନେଇଛନ୍ତି ଓ କୌଣସି ଦିନ ଆପଣଙ୍କ ଡାଟା ସରିଯାଇଛି, ତେବେ ଆପଣ ଏହି ୫୧ ଟଙ୍କାର ପ୍ଲାନ ସକ୍ରିୟ କରିପାରିବେ। ଏହାର ସୁବିଧା ଆପଣଙ୍କୁ ଆପଣଙ୍କ ମୂଳ ପ୍ଲାନର ବଳକା ଅବଧି ପର୍ଯ୍ୟନ୍ତ ମିଳିବ।

ଅନ୍ୟ ସସ୍ତା ଡାଟା ପ୍ୟାକ୍ ମଧ୍ୟ ଉପଲବ୍ଧ
ଯଦି ଆପଣଙ୍କୁ ମାତ୍ର ଗୋଟିଏ ଦିନ ପାଣ  ଅତିରିକ୍ତ ଡାଟା ଦରକାର, ତେବେ ଜିଓରେ ଆହୁରି କମ୍ ମୂଲ୍ୟର ବିକଳ୍ପ ରହିଛି। ଉଦାହରଣ ସ୍ୱରୂପ, ୧୧ ଟଙ୍କାର ଡାଟା ଭାଉଚର ରହିଛି, ଯାହା ୧୦ ଜିବି ସହ ଅସୀମିତ ୫ଜି ସୁବିଧା ମଧ୍ୟ ପ୍ରଦାନ କରେ। ଏହା ସହ, ୪୯ ଟଙ୍କାର ଆଉ ଏକ ପ୍ଲାନ ରହିଛି, ଯାହା ଗୋଟିଏ ଦିନ ପାଇଁ ୨୫ ଜିବି ହାଇ-ସ୍ପିଡ ଡାଟା ଦେଇଥାଏ।

କାହିଁକି ଖାସ୍ ଏହି ପ୍ଲାନ?
କମ୍ ମୂଲ୍ୟରେ ଅଧିକ ଡାଟା ହେଉଛି ଗ୍ରାହକଙ୍କ ମୂଳ ଦାବି। ଜିଓ ପୁଣି ଥରେ ଦେଖାଇଛି ଯେ ଏହା ନିଜ ଗ୍ରାହକଙ୍କ ଆବଶ୍ୟକତାକୁ ସବୁଠୁ ଆଗରେ ରଖେ। ୫୧ ଟଙ୍କାରେ ଯଦି ଆପଣଙ୍କୁ ମାସସାରା ଅସୀମିତ ୫ଜି ଡାଟା ବା ୩ ଜିବିର ଟପ୍-ଅପ୍ ମିଳୁଛି, ତେବେ ଏହାଠୁ ଭଲ ଡିଲ୍ ଆଉ କ’ଣ ହୋଇପାରେ?

Comments are closed.