Latest Odisha News

BREAKING NEWS

ପରିବେଶପ୍ରେମୀଙ୍କ ପାଇଁ ଖୁସୀ ଖବର, ଫେରୁଛନ୍ତି ରଙ୍ଗବେରଙ୍ଗର ପ୍ରଜାପତି

ନୂଆଦିଲ୍ଲୀ: ପରିବେଶକୁ ସମତୂଲ ରଖିବାରେ ପ୍ରଜାପତିଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ପଲିନେଶନ ପାଇଁ ପ୍ରଜାପତିଙ୍କ ଭୂମିକା ଜରୁରୀ । ଯେତେ ଅଧିକ ରଙ୍ଗ ବେରଙ୍ଗ ଓ ଆକୃତିର ପ୍ରଜାପତି ଦେଖାଯିବ ପରିବେଶ ସେତେ ସୁରକ୍ଷିତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସେହିପରି ପ୍ରଜାପତିର ଅଭାବ ପରିବେଶ ପ୍ରଦୂଷଣର କାରଣ ଭାବେ ବିବେଚନା କରାଯାଏ । ପ୍ରଜାପତି ସଂଖ୍ୟାରେ ବୃଦ୍ଧି ଘଟାଇବା ପାଇଁ କେତେକ ସଂସ୍ଥା ଉଦ୍ୟମ ଆରମ୍ଭ କରିଥିଲେ । ଯାହା ଏବେ ସଫଳ ହେବାରେ ଲାଗିଛି । ଦିଲ୍ଲୀରେ ପ୍ରଜାପତିଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏବେ ଅନ୍ୟ ରାଜ୍ୟରେ ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରକୃତିପ୍ରେମୀମାନେ ମଧ୍ୟ ଏଥିନେଇ ବେଶ ଉତ୍ସାହିତ ଅଛନ୍ତି ।

ପ୍ରଜାପତିକୁ ଦେଖିଲେ ଜଣେ ସାଧାଣର ମନୁଷ୍ୟର ମାନସିକ ଚାପ ହ୍ରାସ ହୋଇଥାଏ । ୫୦୦ ପ୍ରଜାତିର ପ୍ରଜାପତିଙ୍କୁ ବିଭିନ୍ନ ସ୍ଥ୍‌ାନରୁ ସଂଗ୍ରହ କରାଯାଇ ସେମାନଙ୍କ ବଂଶବୃଦ୍ଧି କରାଇବା ପାଇଁ ଉଦ୍ୟମ କରାଯାଉଛି । ପାର୍କ, ବଗିଚା, ବାଲକୋନୀରେ ଏମାନଙ୍କ ପାଳନ କରାଯାଉଛି । ଦେଖାଯାଉ ପ୍ରଜାପତି ଆଗାମୀ ଦିନରେ ପରିବେଶପ୍ରେମୀଙ୍କ ପାଇଁ ଆଉ କଣ ଖୁସୀ ଖବର ନେଇ ଆସୁଛି ।

Comments are closed.