Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ବ୍ୟାନ ହେଲାନି ପବଜୀ, ଜୁମ୍ ଆପ୍‌

ନୂଆଦିଲ୍ଲୀ: ଭାରତ ସରକାର ଚୀନର ୫୯ ଆପ୍ ବନ୍ଦ କରି କଡା ପଦକ୍ଷେପ ଗ୍ରହଣ କରିଛନ୍ତି  । ତେବେ ପବଜୀ ଆଉ ଜୁମ୍ ପରି ଆପ୍ କାହିଁକି ବନ୍ଦ ହେଲାନି ସେ ନେଇ ବିଭିନ୍ନ କଥା ଉଠୁଛି । ଆସନ୍ତୁ ଜାଣିବା କାହିଁକି ପବଜୀ ଆଉ ଜୁମ୍ ବ୍ୟାନ ହେଲାନି । ପବଜୀ ଗେମ୍ ପବଜୀ କର୍ପୋରେଶନ ଡେଭଲପ କରିଛି । ଏହା ଦକ୍ଷିଣ କୋରିଆର ଗେମିଂ କମ୍ପାନୀ ବ୍ଲୁ ହୋଲର ସବସିଡାରୀ ଅଟେ । ପବଜୀ ଚୀନ ବଜାରରେ ପଂହଚିବା ପାଇଁ ବ୍ଲୁ ହୋଲ ଏବଂ ଟେସେଂଟ (ଚୀନ କମ୍ପାନୀ) ସହ ହାତ ମିଳାଇଥିଲା । ଆରମ୍ଭ ସମୟରେ ଏହା ଚୀନରେ ବେଶ୍ ଲୋକପ୍ରିୟ ହୋଇଥିଲା । ପରେ ପବଜୀକୁ ଚୀନ ସରକାର ବ୍ୟାନ କରିଥିଲେ । ୨୦୧୮ରେ ବ୍ଲୁହୋଲ ପବଜୀକୁ ଗ୍ଲୋବାଲ ମାର୍କେଟିଂରେ ଲଂଚ କରିଥିଲା । ସେବେଠାରୁ ଏହା ସବୁ ଦେଶରେ ଲୋକପ୍ରିୟ ହୋଇପାରିଛି । ଏଥିରେ ଚୀନର ଭୂମିକା କେବଳ ୧୦ ପ୍ରତିଶତ ରହିଛି । ମେ ୧ରୁ ୩୧ ପର୍ଯ୍ୟନ୍ତ ଏହା ବିଶ୍ୱରେ ୧.୭ ହଜାର କୋଟି ରେଭିନ୍ୟୁ ଆୟ କରିଥିଲା ।

ଆଉ ଏକ ଆପ୍ ହେଲା ଜୁମ୍ । ଏହା ଏକ ଆମେରିକୀୟ କମ୍ପାନୀ । ଚୀନରେ ଜନ୍ମିତ ଆମେରିକୀୟ ବ୍ୟବସାୟୀ ଏରିକ୍ ୟୁଆନ ୨୦୧୧ରେ ଏହାକୁ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଆମେରିକାରେ ଲୋକପ୍ରିୟ ହେବା ପରେ ଏବେ ସାରା ବିଶ୍ୱରେ ନିଜର ପ୍ରାଧାନ୍ୟ ଜାହିର କରିଛି । ୨୦୨୦ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୦ ମଧ୍ୟରେ ସବୁଠାରୁ ଅଧିକ ଡାଉନଲୋଡ କରାଯାଇଥିବା ଆପ୍ ହୋଇଥିଲା । ଏପରିକି ଭାରତରେ ଏହା ଟିକଟକକୁ ପଛରେ ପକାଇ ଦେଇଥିଲା ।

Leave A Reply

Your email address will not be published.