Latest Odisha News

BREAKING NEWS

ଗିରଫ ଆଇଏସ୍ ଆତଙ୍କବାଦୀ ଅବ୍ୱୁ ୟୁସୁଫର ମହାଖୁଲାସା !

ନୂଆଦିଲ୍ଲୀ: ବହୁ ତନାଘନା ପରେ ଗିରଫ ହୋଇଥିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ୟୁସୁଫ୍ । ତା ଟାର୍ଗେଟରେ ଥିଲା ଦିଲ୍ଲୀ ଓ ଉତ୍ତରପ୍ରଦେଶ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏହି ଆତଙ୍କବାଦୀକୁ ଗିରଫ କରିଥିଲା ।

ଗିରଫ ହେବା ପରେ ଆତଙ୍କବାଦୀ ୟୁସୁଫ ମୁହଁରୁ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୋଲିସ ଜେରାରୁ ଜଣାପଡିଛି ରାମ ମନ୍ଦିର ଶିଳାନ୍ୟାସର ମାସକ ଭିତରେ ଆତଙ୍କବାଦୀ ହମ୍‌ଲା କରିବା ନେଇ ଯୋଜନା ହୋଇଥିଲା । ଲୋନ୍ ଓଲ୍‌ଫ (ଏକାକି ହମ୍‌ଲା କରିବା) ଆକ୍ରମଣ କରିବା ନେଇ ୟୁସୁଫ୍ ଦିଲ୍ଲୀର ଅନେକ ଅଂଚଳରେ ରେକି କରିଥିଲା । ଏପରିକି ସ୍ୱାଧୀନତା ଦିବସରେ ବି ଜନଗହଳିପୂର୍ଣ୍ଣ ଅଂଚଳରେ ସେ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା । ହେଲେ କଡା ସୁରକ୍ଷା ବଳୟରେ ତାହା ସମ୍ଭବ ହୋଇପାରିନଥିଲା ।

ପୋଲିସ ନିକଟରେ ୟୁସୁଫର ବୟାନ ଅନୁଯାୟୀ, ଯଦି ସେ ଦିଲ୍ଲୀରେ ବିସ୍ଫୋରଣ ଘଟାଇବାରେ ସଫଳ ହୋଇଥାନ୍ତା, ତେବେ ଆଗାମୀ ଦିନରେ ସୁଇସାଇଡ ବମ୍ବର ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତା । ଏପରିକି ସେ ସୁଇସାଇଡ ବେଲ୍ଟ ବି ପ୍ରସ୍ତୁତ କରିସାରିଥିଲା । ଦିଲ୍ଲୀ ପୋଲିସ ଡିଏସ୍‌ପିଙ୍କ ଅନୁଯାୟୀ ଅବୁ ୟୁସୁଫ ବିଗତ ବର୍ଷେ ହେଲା ପୋଲିସ ରାଡାର୍‌ରେ ଥିଲା ।

ଟାଇମର୍ ଲଗାଇ ବିସ୍ଫୋରଣ ପ୍ରସ୍ତୁତି – ୟୁସୁଫର ଗିରଫଦାରୀ ପରେ ଏନଏସ୍‌ଜି ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ଆଇଇଡିକୁ ନିଷ୍କ୍ରିୟ କରିଥିଲେ । ସମସ୍ତ ବିସ୍ଫୋରକକୁ ଆଇଏସ୍‌ର ନିର୍ଦ୍ଦେଶାନୁସାରେ ୟୁସୁଫ ଟାଇମର୍ ଲଗାଇ ପ୍ରସ୍ତୁତ କରିଥିଲା । ତେବେ ସନ୍ଧାନୀ କୁକୁର ଓ ପୋଲିସର ଅତିରିକ୍ତ ସୁରକ୍ଷା ବଳୟ ପାଇଁ ୟୁସୁଫ ନିଜ ଯୋଜନାରେ ଫେଲ୍ ମାରିଥିଲା ।

ମଶାଣୀରେ ହୋଇଥିଲା ବିସ୍ଫୋରଣ ପରୀକ୍ଷଣ – ବେଶ କିଛି ବର୍ଷ ଧରି ୟୁସୁଫ୍ ଆଇଏସ୍ ସହ ଜଡିତ ଥିଲା । ଖାସ କରି ଭାରତରେ ଆତଙ୍କବାଦୀ ହମ୍‌ଲା କରିବା ନେଇ ତାକୁ ନିର୍ଦ୍ଦେଶ ମିଳିଥିଲା । ହମ୍‌ଲା କରିବା ପୂର୍ବରୁ ସେ ପାଖାପାଖି ୧୫ କେଜିର ପ୍ରେସର୍ କୁକୁର୍ ଆଇଆଇଡି ବିସ୍ଫୋରକ ପ୍ରସ୍ତୁତ କରିସାରିଥିଲା । ପରୀକ୍ଷଣ ପାଇଁ ଉତ୍ତରପ୍ରଦେଶ ବଳରାମପୁରରେ ନିଜ ଘର ପାଖରେ ଥିବା ମଶାଣୀକୁ ବାଛିଥିଲା । ପରୀକ୍ଷଣ ସଫଳ ହେବା ପରେ ୟୁସୁଫ ଅଧିକ ପ୍ରଭାବି ବୋମା ପ୍ରସ୍ତୁତ କରିବାକୁ ସାହାସ ଜୁଟାଇଥିଲା । ହେଲେ ଭାରତର ସୁରକ୍ଷା ବଳୟକୁ ଭେଦି ପାରିନଥିଲା ୟୁସୁଫର ଆତଙ୍କବାଦୀ ମାନସିକତା ।

Leave A Reply

Your email address will not be published.