Latest Odisha News

BREAKING NEWS

ଦୁନିଆର ସବୁଠୁ ବଡ଼ ଭାଓଲିନ, ବଜାଇବା ଲାଗି ଦରକାର ତିନି ଜଣ

ଜର୍ମାନୀ: ଅଧିକାଂଶ ଲୋକ ଭାଓଲିନ୍ ବଜାଇବା ଓ ଏହାର ଧୂନ ଶୁଣିବାକୁ ବହୁତ ଭଲ ପାଆନ୍ତି । ସାଧାରଣତଃ ଭାଓଲିନ୍‌କୁ ଲୋକେ କୋଳରେ ରଖି ଅତି ସହଜରେ ବଜାଇଥାନ୍ତି । କିନ୍ତୁ ଜର୍ମାନୀରେ ଏମିତି ଏକ ଭାଓଲିନ୍ ଅଛି, ଯାହାକୁ ବଜାଇବାକୁ ୩ ଜଣ ଲୋକଙ୍କର ଆବଶ୍ୟକତା ପଡ଼େ । ଏହା ଦୁନିଆର ସବୁଠୁ ବଡ଼ ଭାଓଲିନ୍ ଭାବେ ବିବେଚିତ ହୋଇଛି ।

ଏହି ଭାଓଲିନକୁ ହାତରେ ଧରି ବଜାଇବା ଅସମ୍ଭବ । ଏହାକୁ ୩ ଜଣ ଲୋକ ଏକାସାଙ୍ଗରେ ମିଶି କରି ବଜାଇଥାନ୍ତି । କାରଣ ଏଇ ଭାଓଲିନ୍‌ଟି ହେଉଛି ପୃଥିବୀର ସବୁଠାରୁ ବଡ଼ ଭାଓଲିନ୍ । ଯାହାର ଉଚ୍ଚତା ୪.୨୮ ମିଟର ହୋଇଥିବାବେଳେ ଓସାର ୧.୪ ମିଟର ଓ ଓଜନ ୧୩୦ କି.ଗ୍ରା. । ୨୦୧୦ରେ ଏହାକୁ ଜର୍ମାନୀର ୧୫ ଜଣ ଭାଓଲିନ୍ ନିର୍ମାତା ମିଶି ତିଆରି କରିଥିଲେ । ଏହାକୁ ତିଆରି କରିବା ଲାଗି ପ୍ରାୟ ୨୦୦୦ ଘଣ୍ଟା ବା ୮୩ ଦିନ ସମୟ ଲାଗିଥିଲା । ଏହାର ଷ୍ଟିକ୍‌ର ଲମ୍ବ ୫.୨୨ ମିଟର । ତେଣୁ ଏହାକୁ ବଜାଇବା ଲାଗି ତିନି ଜଣ ଆବଶ୍ୟକ ପଡ଼ନ୍ତି ।

Leave A Reply

Your email address will not be published.