Latest Odisha News

BREAKING NEWS

ଭାରତୀୟ ସିନେମା ପାଇଁ ବଡ଼ ସଫଳତା: ଗୋଲ୍‌ଡେନ ଗ୍ଲୋବ୍ସ ୨୦୨୩ ପୁରସ୍କାର ଜିତିଲା RRR ଫିଲ୍ମର ନାଟୁ ନାଟୁ ଗୀତ

କାର୍ଲିଫର୍ଣ୍ଣିଆ: ଭାରତୀୟ ସିନେମା ପାଇଁ ବଡ଼  ସଫଳତା। ବିଦେଶରୁ ସମ୍ମାନୀୟ ପୁରସ୍କାର ଜିତିଲା ଏସ୍‌ଏସ୍ ରାଜା ମୌଲୀଙ୍କ ଫିଲ୍ମ RRR । ଆମେରିକାର କାର୍ଲିଫର୍ଣ୍ଣିଆୟରେ ଆୟୋଜିତ ଗୋଲ୍ଡେନ ଗ୍ଲୋବ୍ସ ୨୦୨୩ ପୁରସ୍କାର ଜିତିଲା ନାଟୁ ନାଟୁ ଗୀତ। ବେଷ୍ଟ ଅରଜିନାଲ ଗୀତ ବର୍ଗରେ ନାଟୁ ନାଟୁକୁ ଗୋଲ୍‌ଡେନ ଗ୍ଲୋବ୍ସ ୨୦୨୩ ପୁରସ୍କାର ମିଳିଥିବା ବେଳେ RRR ଫିଲ୍ମକୁ ବେଷ୍ଟ ଫିଲ୍ମ ବର୍ଗରେ ନୋମିନେସନ କରାଯାଇଛି।

ପ୍ରଥମ କରି ଭାରତୀୟ ସିନେମା ପାଇଁ ବେଷ୍ଟ ଅରଜିନାଲ ଗୀତ କ୍ୟାଟେଗୋରୀରେ ନାଟୁ ନାଟୁ ଗୋଲ୍‌ଡେନ ଗ୍ଲୋବ୍ସ ପୁରସ୍କାର ଜିତିଛି। RRR ଫିଲ୍ମର ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ଭେଟେରାନ ସଂଗୀତ ନିର୍ଦ୍ଦେଶକ ଏମ୍‌ଏମ୍‌ କୀରଭାଣୀ। ଏହାକୁ ଲେଖିଛନ୍ତି କାଳ ବୈରଭୀ ଏବଂ ରାହୁଲ ସପ୍ଲିଗୁଞ୍ଜ୍।

ଏହି ପୁରସ୍କାର ବିତରଣ ମହୋତ୍ସବରେ ଏସ୍‌ଏସ୍‌ ରାଜାମୌଲୀ, ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର୍‌ ସହ ଫିଲ୍ମର କ୍ରୁ ମେମ୍ବର ଉପସ୍ଥିତ ଥିଲେ। ବେଷ୍ଟ ଅରଜିନାଲ ସଂଗ ବର୍ଗରେ ନାଟୁ ନାଟୁ ନାଁ ଘୋଷଣା ପରେ ଏହାର ସଂଗୀତ ନିର୍ଦ୍ଦେଶକ ଏମ୍‌ଏମ୍‌ କୀରବାଣୀ ପୁରସ୍କାର ଗ୍ରହଣ କରିଥିଲେ। ଏବଂ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଦେଇଥିଲେ। ପୁୁରସ୍କାରର ପ୍ରଥମ ଶ୍ରେୟ ସେ ରାଜା ମୌଲୀଙ୍କୁ ଦେବା ସହିତ ପୂରା ଟିମ୍‌କୁ ଉତ୍ସର୍ଗ କରିଥିଲେ।

ମୂଳତଃ ତେଲଗୁ ଭାଷାରେ ତିଆରି ହୋଇଥିବା ଏହି ସିନେମାଟି ଅଣ ଇଂରାଜୀ ଫିଲ୍ମର ବର୍ଗରେ ବେଷ୍ଟ ଫିଲ୍ମ ବର୍ଗରେ ନୋମିନେଟେଡ୍ ହୋଇଛି। ବିଭିନ୍ନ ଭାଷାରେ ମୁକ୍ତିଲାଭ କରି ସିନେମାଟି ବିଶ୍ୱବ୍ୟାପୀ ୧୨୦୦ କୋଟି ଆୟ କରିଛି।

 

 

Leave A Reply

Your email address will not be published.