ମୁମ୍ବାଇ: ଆଉ ନାହାନ୍ତି ଟେଲିଭିଜନ୍ ଦୁନିଆର ଚର୍ଚ୍ଚିତ ଚେହେରା ତଥା ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା । ଆଜି ତାଙ୍କର ମୁମ୍ୱାଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୪୦ ବର୍ଷ ବୟସରେ ହୃତଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା ଚେହେରା ସିଦ୍ଧାର୍ଥ ଶୁକ୍ଳା । ସେ ବିଗ୍ ବସ୍ ସିଜିନ୍-୧୩ର ବିଜେତା ଥିଲେ ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଶୋଇବା ପୂର୍ବରୁ କିଛି ମେଡିସିନ୍ ଖାଇଥିଲେ । ଆଜି ସକାଳେ ଆଉ ଉଠି ନଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତାଙ୍କ ବିୟୋଗରେ ବଲିଉଡ୍ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି । ଖବରକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି । ଏତେ କମ୍ ବୟସରେ ସିଦ୍ଧାର୍ଥ ଅଫେରା ରାଇଜକୁ ଚାଲିଯିବେ ସେକଥାକୁ କେହି ଗ୍ରହଣ କରି ପାରୁ ନାହାନ୍ତି ।
ମୁମ୍ବାଇରେ ୧୯୮୦ ମସିହା ଡିସେମ୍ୱର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ସିଦ୍ଧାର୍ଥ ଶୁକ୍ଳା । ମଡେଲିଂରୁ ଆରମ୍ଭ କରିଥିଲେ କ୍ୟାରିୟର । ୨୦୦୪ରେ ଟିଭି ସିରିଏଲରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୮ରେ ‘ବାବଲୁ କା ଆଙ୍ଗନ ଛୁଟେ ନା ନାମ’ ଟିଭି ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ସିଦ୍ଧାର୍ଥଙ୍କୁ ଘରେ ଘରେ ପରିଚିତ କରାଇଥିଲା ‘ବାଲିକା ବଧୁ’ ।
ଟିଭି ଇଣ୍ଡଷ୍ଟ୍ରିରେ ନାଁ କମେଇବା ପରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ସିଦ୍ଧାର୍ଥ ଶୁକ୍ଳା । ୨୦୧୪ରେ ରିଲିଜ ହମ୍ପଟି ଶର୍ମା କି ଦୁଲହନିୟାରେ ତାଙ୍କୁ ଦେଖିବାକୁ ମିଳିଥଲା । ଏବର୍ଷ ବ୍ରୋକନ୍ ବଟ୍ ବିୟୁଟିଫୁଲ୍ ନାମରେ ଓ୍ୱେବ୍ ସିରିଜ୍ ଆସିଥିଲା
Comments are closed.