Latest Odisha News

BREAKING NEWS

ଲୋକପ୍ରିୟତାକୁ ନେଇ ବିଗ୍ ବସ୍ ଓଟିଟି-୨ ନିର୍ମାତାଙ୍କ ବଡ଼ ନିଷ୍ପତ୍ତି, ଜଣନ୍ତୁ କଣ…

ମୁମ୍ବାଇ: ବହୁଚର୍ଚ୍ଚିତ ରିଆଲିଟି ସୋ’ ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୩ ସପ୍ତାହ ବିତିଲାଣି। ସୋ’ରେ ଅନେକ ତର୍କ ବିତର୍କ ଦେଖିବାକୁ ମିଳୁଥିବା ବେଳେ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ରହିଛି। ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ ଖାନଙ୍କ ଦ୍ୱାରା ଆୟୋଜିତବିଗ୍ ବସ୍ ଓଟିଟି-୨ ଘରେ ବର୍ତ୍ତମାନ ୯ ଜଣ ପ୍ରତିଯୋଗୀ ଅଛନ୍ତି। ଏହି ସୋ’ ବହୁ ଲୋକପ୍ରିୟତା ହାସଲ କରିଥିବା ବେଳେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୪୦୦ କୋଟିରୁ ଅଧିକ ମିନିଟ ଏହାକୁ ଦେଖିଛନ୍ତି ଲୋକେ। ଏହାକୁ ଦୃଷ୍ଟିରେ ରଖି ଉକ୍ତ ସୋ’କୁ ଦୁଇ ସପ୍ତାହ ଆହୁରୀ ବୃଦ୍ଧି କରାଯାଇଛି।

ଶନିବାରର ଏପିସୋଡରେ ସଲମାନ ଖାନ ପ୍ରତିଯୋଗୀଙ୍କୁ କହିଥିଲେ ଯେ ଦର୍ଶକମାନେ ତାଙ୍କୁ ସୋ’ରେ ଯେତେ ସମୟ ଦେଖିଛନ୍ତି ତାହା ତାଙ୍କର ସମ୍ପୂର୍ଣ୍ଣ କ୍ୟାରିୟରଠାରୁ ବହୁତ ଗୁଣ ଅଧିକ। ସଲମାନ କହିଛନ୍ତି, “ଆପଣମାନେ ନିଜର କ୍ୟାରିୟରରେ ଯାହା କିରିଛନ୍ତି, ଗତ ତିନି ସପ୍ତାହ ମଧ୍ୟରେ ଲୋକମାନେ ଆପଣମାନଙ୍କୁ ଏଠାରେ ଦେଖିଥିବା ତୁଳନାରେ ବହୁତ କମ୍। ଏହି ସୋ କେବଳ ଛଅ ସପ୍ତାହ ପାଇଁ ରହିଛି, କିନ୍ତୁ ବୋଧହୁଏ ଏହାକୁ ଆଠ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉଚିତ୍।”

ସୋ’କୁ ଦୁଇ ସପ୍ତାହର ସମ୍ପ୍ରସାରଣ କରାଯାଇଛି। ଲୋକେ ଏହି ସୋ’କୁ ବହୁତ ପସନ୍ଦ କରୁଛନ୍ତି। ବିଗ୍ ବସ୍ ଓଟିଟି-୨ ଅବିନାଶ ଏବଂ ଫଲକ ମଧ୍ୟରେ ପ୍ରେମ ସମ୍ପର୍କର ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି। ସମ୍ପ୍ରତି ଏପିସୋଡରେ ଅବିନାଶ ଫଲକଙ୍କୁ କହିଛନ୍ତି ଯେ ସେ ତାଙ୍କ ପାଇଁ ବହୁତ ଭଲ ଅନୁଭବ କରୁଛନ୍ତି। ସେପଟେ ୱିକେଣ୍ଡ କା ୱାର ଏପିସୋଡରେ ସଲମାନ ଖାନ ଫଲକ ଏବଂ ଅବିନାଶଙ୍କର କ୍ଲାସ ନେଇଥିବା ବେଳେ ଅଭିଷେକଙ୍କୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ, ୱିକେଣ୍ଡ କା ୱାରରେ ଫଲକଙ୍କ ଭଉଣୀ ଆସନ୍ତି ଏବଂ ସେ ଫଲକଙ୍କୁ ବୁଝାନ୍ତି ଯେ ସେ ଖେଳକୁ ସଠିକ୍ ଭାବରେ ଖେଳିବା ଉଚିତ୍। ଏହା ସହିତ ସଲମାନ ଖାନ ଘରଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ଏହି ଘରେ ଯାହା କରିବାକୁ ଆସିଛନ୍ତି ତାହା କରିବା ଉଚିତ୍।

Comments are closed.