Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟରେ ବଡ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିଛି । ବିଶ୍ୱ ଚାମ୍ପିୟନକୁ ଏତେ ସହଜରେ ଆଫଗାନିସ୍ତାନ ହରାଇ ଦେବ ତାହା କେହି କେବେ ଭାବି ନ ଥିଲେ । ଏହି ବିଜୟ ଆଫଗାନିସ୍ତାନ କ୍ରିକେଟକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି । ଅବଶ୍ୟ ଏହା ପୂର୍ବରୁ ବିଶ୍ୱକପରେ ଅନେକ ବିପର୍ଯ୍ୟୟ ଫଳାଫଳ ବାହାରିଛି । ୧୯୯୬ରେ କେନିୟା ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ୬୮ ରନରେ ପରାସ୍ତ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏହା ପରେ ୧୯୯୯ରେ ବାଂଲାଦେଶ ୬୨ ରନରେ ପାକିସ୍ତାନକୁ ହରାଇଥିଲା । ସେହିପରି ୨୦୦୩ରେ ଶ୍ରୀଲଙ୍କାକୁ ହରାଇ କେନିୟା ପୁନର୍ବାର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

୨୦୦୭ରେ ବାଂଲାଦେଶ ୫ ୱିକେଟରେ ଭାରତକୁ ହରାଇଥିଲା । ବାଂଲାଦେଶର ଏହି ବିଜୟ ଯୋଗୁ ଭାରତ ପରବର୍ତୀ ପର୍ଯର୍୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ବାଂଲାଦେଶ ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ୬୭ ରନରେ ହରାଇଥିଲା । ବିଶ୍ୱକପର ଏହି ବିପର୍ଯ୍ୟୟ ଏହାକୁ ବେଶ ରୋମାଂଚ କରିଥାଏ । କ୍ରିକେଟପ୍ରେମୀ ଏଥର ନିଶ୍ଚିତ ଭାବେ ଆଗକୁ ଏ ଭଳି କିଛି ଅବିଶ୍ୱସନୀୟ ଫଳାଫଳ ଆଶା କରିବେ । କାରଣ କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ ।

Comments are closed.