Latest Odisha News

BREAKING NEWS

ମନ୍ତ୍ରୀ ପଦ ଦାୟିତ୍ୱ ନେବା ପରେ ଇସ୍ତଫା ଦେଲେ ବିହାର ଶିକ୍ଷାମନ୍ତ୍ରୀ ମେୱାଲାଲ

ପାଟନା:ବିହାର ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀ ଶପଥ ନେବାର କିଛି ସମୟ ପରେ ଇସ୍ତଫା ଦେଇଛନ୍ତି । ଯାହା କି ବିହାର ରାଜନୀତିକୁ ସରଗରମ କରିଦେଇଛି । ଦୁର୍ନୀତି ଅଭିଯୋଗ କାରଣରୁ ସେ ଏହି ଇସ୍ତଫା ଦେଇଛନ୍ତି । ୨୦୧୭ରେ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟରେ ଚୌଧୁରୀ କୂଳପତି ଥିଲେ । ସେଠାରେ ସହକାରୀ ପ୍ରଧ୍ୟାପକ ଏବଂ ଆଉ କେତେକ ପଦବୀ ନିଯୁକ୍ତିରେ ଅନିୟମିତତା କରିଥିଲେ ।

ରାଷ୍ଟ୍ରୀୟ ଜନତା ଦଳ ଏହି ଅଭିଯୋଗ ଆଣିଥିଲା । ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଚାର୍ଜସିଟ ଦାଏର ହୋଇ ନାହିଁ । ଆରଜେଡି ନେତା ତେଜସ୍ୱୀ ଟୁଇଟ କରିଥିଲେ, ଦୁର୍ନୀତି ଲାଗି କଣ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମେୱାଲାଲଙ୍କୁ ପୁରସ୍କୃତ କରିଥିଲେ । ୨୦୧୭ରେ ନୀତିଶ ନେତୃତ୍ୱାଧୀନ ଜେଡିୟୁରେ ସେ ବହିଷ୍କୃତ ହୋଇଥିଲେ ।

Leave A Reply

Your email address will not be published.