Latest Odisha News

BREAKING NEWS

ତେଜସ୍ୱୀଙ୍କୁ ଝଟ୍‌କା ଦେଇପାରନ୍ତି ପିକେ: ବିହାର ରାଜନୀତିରେ ଅଙ୍କ ଗଡ଼ବଡ଼ କରିପାରେ ନୂଆ ଦଳ, ଚମକାଇଲା ନୂଆ ସର୍ଭେ

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ ପୂରା ଦେଶରେ ବଢ଼ିଛି ରାଜନୈତିକ ଉଷ୍ମତା । ସବୁଠି ବିହାର ଚର୍ଚ୍ଚା । ଏହାରି ଭିତରେ ଚମକାଇଛି ନୂଆ ସର୍ଭେ । ଯେଉଁଥିରେ ଜଣାପଡ଼ିଛି ଯେ ପ୍ରଶାନ୍ତ କିଶୋରଙ୍କ ପାର୍ଟି ମଧ୍ୟ ଏଥର ବିହାର ରାଜନୀତିର ଅଙ୍କ କରିପାରନ୍ତି ଗଡ଼ବଡ଼ । ଏପରିକି ପିକେଙ୍କ ମହାଗଠବନ୍ଧନକୁ ଦେଇପାରେ ଝଟ୍‌କା । ASA ଇଣ୍ଡିଆ କମ୍ପାନୀର ପ୍ରତିଷ୍ଠାତା ଅମିତାଭ ତିୱାରୀଙ୍କ ସର୍ଭେକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଏଥର ବିହାର ରାଜନୀତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ପିକେଙ୍କ ପାର୍ଟି ଜନସୁରାଜ କୌଣସି ବଡ଼ ପ୍ରଭାବ ପକାଇ ପାରିବ କି ନାହିଁ। କୁହାଯାଉଛି ଯୁବବର୍ଗଙ୍କ ଏକ ଅଂଶ ପିକେଙ୍କ ଆଡ଼କୁ ଆକୃଷ୍ଟ ହେଉଛନ୍ତି, କିନ୍ତୁ ମଧ୍ୟବୟସ୍କ ଓ ବରିଷ୍ଠ ନାଗରିକମାନେ ଏବେ ମଧ୍ୟ ତାଙ୍କୁ ପରଖୁଛନ୍ତି। ଅର୍ଥାତ୍ ସେମାନେ ବର୍ତ୍ତମାନ କେବଳ ଦେଖୁଛନ୍ତି ଓ ମୂଲ୍ୟାଙ୍କନ କରୁଛନ୍ତି। ବର୍ତ୍ତମାନର ସର୍ଭେ ଅନୁଯାୟୀ, ଦକ୍ଷିଣ ବିହାର (ଭୋଜପୁର, ମଗଧ, ମୁଙ୍ଗେର, ଭାଗଲପୁର) ରେ ପ୍ରଶାନ୍ତ କିଶୋରଙ୍କ ପାର୍ଟିକୁ ପ୍ରାୟ ୧୦ରୁ୧୨ପ୍ରତିଶତ ମିଳୁଛି ସମର୍ଥନ । ଅନ୍ୟପଟେ ଉତ୍ତର ବିହାର (ପୂର୍ଣ୍ଣିଆ, ଦରଭଙ୍ଗା, କୋସି, ତିରହୁତ, ସାରଣ) ରେ ଏହି ସମର୍ଥନ ୮ରୁ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହି ଭୋଟ ଶେୟାର ତାଙ୍କୁ ଚର୍ଚ୍ଚାରେ ରଖୁଛି, କିନ୍ତୁ କୌଣସି ଆସନରେ ଜିତିବା ପାଇଁ ଆବଶ୍ୟକ ପ୍ରାୟ ୩୦ରୁ ୩୫ ପ୍ରିତଶତ ଭୋଟ ସେୟାର ।

ଯଦି ପୂର୍ବ ନିର୍ବାଚନ (୧୨୫ ବନାମ ୧୧୦ ଆସନ) କୁ ଆଧାର କରାଯାଏ, ତେବେ ଏଥର ସମୀକରଣରେ ବଡ଼ ପରିବର୍ତ୍ତନର ସମ୍ଭାବନା ଦେଖାଯାଉନାହିଁ। ମହାଗଠବନ୍ଧନ (ଆରଜେଡି, କଂଗ୍ରେସ) ମଗଧ ଓ ଭୋଜପୁରରେ କିଛି ଆସନ ହରାଇ ପାରେ, କିନ୍ତୁ ମୁଙ୍ଗେର ଓ ଭାଗଲପୁରରେ କିଛି ଚମତ୍କାର କରିପାରେ ଦଳ । ଏନଡିଏ (ବିଜେପି-ଜେଡିୟୁ) ର ଜାତୀୟ ସମୀକରଣ (ଉଚ୍ଚ ବର୍ଗ, ଦଳିତ, ଇବିସି) ଯୋଗୁଁ ତାଙ୍କର ଭୋଟ ବ୍ୟାଙ୍କ ବେଶ୍ ସୁରକ୍ଷିତ ଅଛି। ମୋଟାମୋଟି ଭାବେ, ପିକେଙ୍କ ରାଜନୀତିରେ ଏଣ୍ଟ୍ରି ଯୋଗୁଁ ମହାଗଠବନ୍ଧନକୁ ସବୁଠାରୁ ବଡ଼ କ୍ଷତି ହେବାର ରହିଛି ସମ୍ଭାବନା । କାରଣ, ଯେଉଁ ଭୋଟରମାନେ ବର୍ତ୍ତମାନର ସରକାରଙ୍କ ଉପରେ ଅସନ୍ତୁଷ୍ଟ, ସେମାନେ ସାଧାରଣତଃ ମହାଗଠବନ୍ଧନ ଆଡ଼କୁ ଯାଆନ୍ତି, କିନ୍ତୁ ପିକେଙ୍କ ଯୋଗୁଁ ଏହି ଭୋଟ ହୋଇପାରେ ବିଭାଜିତ ।

ସେହିଭଳି ନିର୍ବାଚନରେ ଜାତୀୟ ସମୀକରଣ ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ସ୍ଥିତିରେ ମୁସଲିମ-ଯାଦବ (ଏମୱାଇ ଭୋଟ ବ୍ୟାଙ୍କ) ମହାଗଠବନ୍ଧନ ସହ ଦୃଢ଼ ଭାବେ ରହିଛି। ଉଚ୍ଚ ବର୍ଗ, ଦଳିତ, ଇବିସିର ବଡ଼ ଭାଗ ଏନଡିଏ ସହ ଅଛନ୍ତି। କୋୟରୀ/କୁଶୱାହା ସମାଜରେ କିଛି ଭୋଟ ଭାଗଭାଗ ହେବାର ରହିଛି ସମ୍ଭାବନା । ଯଦି ମହାଗଠବନ୍ଧନ ଭାଲ ପ୍ରାର୍ଥୀ ଛିଡ଼ା କରେ, ତେବେ ଏହି ସମୁଦାୟର କିଛି ଅଂଶ ଆସିପାରେ ସେମାନଙ୍କ ଆଡ଼କୁ ।

Comments are closed.