Latest Odisha News

ଚିରାଗ କହିଲେ ବିହାରରେ ହେବ ମଧ୍ୟବର୍ତୀକାଳୀନ ନିର୍ବାଚନ !

ପାଟନା: ବିହାରରେ ଖୁବ୍ ଶୀଘ୍ର ମଧ୍ୟବର୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି ବୋଲି ଏନଡିଏର ପୂର୍ବ ସହଯୋଗୀ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାସୱାନ ଆଜି ଭବିଷ୍ୟବାଣୀ କରିଛନ୍ତି । ଲିକ୍ୟୁର ବ୍ୟାନକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହଠାତ ରାଜ୍ୟ ବ୍ୟାପି ଭ୍ରମଣ ଯୋଜନା କରିବା ଏହି ଆଶଙ୍କାକୁ ସୁଦୃଢ଼ କରୁଛି ବୋଲି ସେ କହିଛନ୍ତି । ଏହି ସରକାର ବେଶୀ ଦିନ ତିଷ୍ଠି ରହିବନି ବୋଲି ମୁଁ ଦୃଢ଼ତା ସହକାରେ କହୁଛି ।

ପାର୍ଟି ମେମ୍ବରଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବାକୁ ମୁଁ ନିର୍ଦ୍ଦେଶ ଦେଇସାରିଛି । ଅପରପକ୍ଷରେ ବିଜେପି କିମ୍ବା ଜେଡିୟୁ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ ।

Comments are closed, but trackbacks and pingbacks are open.