Latest Odisha News

BREAKING NEWS

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟାବହ ଦୁର୍ଘଟଣା: ଚାଲିଗଲା ୭ ଜୀବନ

ପାଟଣା: ଭୟଙ୍କର ସଡକ ଦୁର୍ଘଟଣା । ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏମିତି ଛାତିଥରା ଦୁର୍ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାରେ  ।

ଏନଏଚ ୨ର ପଖନାରୀ ନକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତ ୭ ଜଣଙ୍କ ମଧ୍ୟରେ ୫ ମହିଳା ଓ ୨ ଶିଶୁ ଅଛନ୍ତି ।  ସମସ୍ତ ମୃତକ କୈମୁର ଜିଲ୍ଲାର ବୋଲି ଜଣାପଡିଛି । ଆହତ ୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ହେଲେ ସେମାନଙ୍କର ଅବସ୍ଥା ଗୁରୁତର ହେଉଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସମସ୍ତେ ଗୋଟିଏ ପରିବାରର । ସେମାନେ ବୋଧ ଗୟାଠାରୁ କାଇମୁରକୁ ଫେରୁଥିଲେ । ସିଭାସାଗରର ପାଖନାରୀ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ସମ୍ପର୍କରେ ଜଣେ ଏନଏଚ କର୍ମୀ କହିଛନ୍ତି, ସୁଦେଶ୍ୱର ଶର୍ମା ତାଙ୍କ ପରିବାର ସହ ସକାଳୁ ସକାଳୁ ବୋଧଗୟାରୁ ନିଜ ଗାଁ କୈମୁର ଜିଲ୍ଲାର କୁରିୟାରୀ ଯାଉଥିଲେ । ସମସ୍ତେ ଏକ ସ୍କର୍ପିଓରେ ଯାଉଥିଲେ । ହେଲେ ଚାଳକଙ୍କର ଆଖି ଲାଗି ଯାଇଥିଲା । ଫଳରେ ଆଗରେ ଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା ।

 

Leave A Reply

Your email address will not be published.