Latest Odisha News

BREAKING NEWS

ନକ୍ସଲଙ୍କ କବଜାରେ ଯବାନ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କରୁନାହାଁନ୍ତି ସରକାର

ମାଲକାନଗିରି: ଛତିଶଗଡ଼ ବିଜାପୁର ଟେକେଲଗୁଡ଼ା ଏନକାଉଣ୍ଟ ପରେ ନକ୍ସଲଙ୍କ କବଜାରେ ଜଣ ଯବାନ ଅଛନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରନ୍ତୁ ବୋଲି ମାଓ ସଂଗଠନ କହିଛି । ଯବାନ ଅପହରଣକୁ ୪ ଦିନରୁ ଅଧିକ ବିତିଥିବା ବେଳେ ସରକାର ନାଁ ଘୋଷଣା କରିନାହାଁନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ନିଜ ଆଡ଼ୁ ପ୍ରୟାସ କରିଛନ୍ତି ଦାନ୍ତେୱାଡ଼ାର ବିଶିଷ୍ଟ ଆଦିବାସୀ ନେତ୍ରୀ ତଥା ମାନବାଧିକାରୀ କର୍ମୀ ସୋନି ସୋଡ଼ି ।

ସୋନି ସୋଡ଼ି ବୁଧବାର ଏନେଇ ନକ୍ସଲ ସଂଗଠନ ସହ ଆଲୋଚନା କରିଥିଲେ । ତେବେ ଅପହୃତ ସିଆରପିଏଫ୍ ଯବାନଙ୍କୁ ମୁକୁଳାଇବାର ପ୍ରଥମ ପ୍ରୟାସ ବିଫଳ ହୋଇଛି । ଯବାନ ରାକେଶ୍ୱର ସିଂଙ୍କୁ ମୁକୁଳାଇବା ଲାଗି ସୋନି ସୋଡ଼ି କରିଥିବା ଆଲୋଚନା ବିଫଳ ହୋଇଛି । ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓବାଦୀ ମାନେ ସେମାନଙ୍କ ସହ ଆଲୋଚନା କରିବା ପରେ ବନ୍ଦୀ ଯବାନଙ୍କୁ ଛାଡ଼ିବେ ବୋଲି କହିଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ । ଛତିଶଗଡ଼ ସରକାର ଆଜି ଏକ ମଧ୍ୟସ୍ଥିଙ୍କ ତାଲିକା ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି ।

ବିଜାପୁରର ଟେକେଲଗୁଡ଼ାରେ ଏପ୍ରିଲ୍ ୩ ତାରିଖରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.