Latest Odisha News

ଜନ୍ମଦିନରେ ବନ୍ଧୁ ବିଜୟଙ୍କୁ ହରାଇଲେ ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ବିଦାୟ ବିଜୟ । ପରଲୋକରେ ଓଲିଉଡର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି । ସମସ୍ତେ ବିଜୟଙ୍କୁ ଝୁରୁଛନ୍ତି । ବଲିଉଡ ଅଭିନେତା ନସିରୁଦ୍ଦିନ ଶାହଙ୍କ ପାଇଁ ବିଜୟଙ୍କ ବିୟୋଗ ବଡ଼ କ୍ଷତି । କାରଣ ନିଜ ଜନ୍ମଦିନରେ ପ୍ରିୟ ବନ୍ଧୁ ବିଜୟଙ୍କୁ ହରାଇଛନ୍ତି ।

BjdElectrycity

ଆଜି ନସିରୁଦ୍ଦିନ ଶାହଙ୍କ ଜନ୍ମଦିନ । ୭୦ ବର୍ଷରେ ସେ ପାଦ ଥାପିଥିଛନ୍ତି । ଏଭଳି ଏକ ଖୁସି ଦିନରେ ବନ୍ଧୁ ବିଜୟ ମହାନ୍ତିଙ୍କୁ ସେ ସବୁଦିନ ପାଇଁ ହରାଇଛନ୍ତି । ବିଜୟ ମହାନ୍ତି ଓ ନସିରୁଦ୍ଦିନ ଶାହ ଦିଲ୍ଲୀ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରେ ଏକାଠି ପଢୁଥିଲେ ।

ବଞ୍ଚିଥିବା ବେଳେ ବିଜୟ ମହାନ୍ତି ଅନେକ ଥର ନସିରୁଦ୍ଦିନ ସହ ତାଙ୍କ ବନ୍ଧୁତା ସମ୍ପର୍କରେ କହିଥିଲେ । କେମିତିକା ସଂଯୋଗ ଦେଖନ୍ତୁ, ଆଜି ନସିରୁଦ୍ଦିନଙ୍କ ଜନ୍ମଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ ମହାନ୍ତି । ନ୍ୟାସନାଲ୍ ସ୍କୁଲ ଅଫ ଡ୍ରାମାରେ ନସିରୁଦ୍ଦିନଙ୍କ ସମେତ ରାଜ ବବ୍ବର, ଓମ୍ ପୁରୀ ବି ବିଜୟ ମହାନ୍ତିଙ୍କ କ୍ଲାସମେଟ୍ ଥିଲେ ।

ଏନଏସଡିରୁ ପାସ ଆଉଟ୍ ହେବା ପରେ ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଥିଏଟରରେ ଅଭିନୟ କରୁଥିଲେ ବିଜୟ ମହାନ୍ତି । ପରେ ଓଡ଼ିଶା ଫେରିଥିଲେ । ଓଡ଼ିଆ ସିନେମାରେ ଅଭିନୟ ଜାରି ରଖିଥିଲେ ।

Leave A Reply

Your email address will not be published.