Latest Odisha News

BREAKING NEWS

ବିଧାନସଭା ବନ୍ଦ ପ୍ରସଙ୍ଗ; ବିଜେପି ଅଭିଯୋଗର ଉତ୍ତର ରଖିଲା ବିଜେଡ଼ି

ଭୁବନେଶ୍ୱର: ବିଧାନସଭା ବନ୍ଦ ଓ ୟେସବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ରଖିବା ନେଇ ଭାରତୀୟ ଜନତା ପାର୍ଟିର ଅଭିଯୋଗର ଜବାବ ରଖିଛି ବିଜେଡ଼ି ।

କରୋନା ଆଳରେ ଗୃହକୁ ବନ୍ଦ ରଖିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ୟେସବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ଚାପିଦେବାର ଅଭିଯୋଗ କରିଥିଲା ବିଜେପି । ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା । ବରିଷ୍ଠ ବିଜେଡ଼ି ନେତା ଶ୍ରୀ ଦାସ ବର୍ମା କହିଛନ୍ତି ଯେ, ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଆଜି କରୋନାକୁ ମୁକାବିଲା କରିବାକୁ ଆମ ସଭିଙ୍କୁ ଏକାଠି ହୋଇ ଲଢିବାକୁ ପଡ଼ିବ ।

ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଏହି ଅଭିଯୋଗର ସ୍ପଷ୍ଟିକରଣ ଦେଇଛି ବିଜେଡ଼ି ।

ୟେସ୍‍ ବ୍ୟାଙ୍କ୍‍
 ୟେସ୍‍ ବ୍ୟାଙ୍କ୍‍ରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ।
 ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
 ଆମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍କୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଉଚିତ୍‍ ନୁହେଁ ।
 ପ୍ରସଙ୍ଗ ଯାହା ବି ହେଉ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ।
 ବିଧାନସଭାରେ ଆସିଥିବା ମୁଲତବି ପ୍ରସ୍ତାବରେ ୟେସ୍‍ ବ୍ୟାଙ୍କ୍‍ ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
 ତଦନୁଯାୟୀ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ର ଗଭର୍ଣ୍ଣରଙ୍କୁ ଦାବିପତ୍ର ପ୍ରଦାନ ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳର ୧୨ ଜଣ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠନ ହୋଇଛି ।
 ଗୃହ କମିଟି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।

କରୋନା ମୁକାବିଲା ପ୍ରସ୍ତୁତି
 କରୋନା ଏକ ଆର୍ନ୍ତଜାତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି ।
 ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହିତ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।
 ଓଡିଶା ସରକାର ମଧ୍ୟ ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
 ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଅର୍ଥର ସମସ୍ୟା ହେବନାହିଁ ।
 କେନ୍ଦ୍ର ସରକାର କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଗତକାଲି ରାଜ୍ୟ ସରକାର ମଧ୍ୟ ଏହା ଘୋଷଣା କରିଛନ୍ତି । ତେଣୁ ଓଡିଶା ବିଜେପି ଏହାର ଗୁରୁତ୍ୱକୁ ବୁଝିବା ଆବଶ୍ୟକ ।
 ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ ଯଥା ହରିଆନା, ଉତ୍ତରପ୍ରଦେଶ ଆଦି କିଭଳି ଓଡିଶା ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ ।

ମାର୍ଚ୍ଚ ୩୦ ତାରିଖ ଦିନ ୧୦.୩୦ ପର୍ଯ୍ୟନ୍ତ ବିଧାନସଭା ମୁଲତବି
 ବିରୋଧିଦଳ ନେତାଙ୍କ ସହିତ ବିଜେପି ଓ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବିଶ୍ୱାସକୁ ନେବାପରେ ବିଧାନସଭାକୁ ମୁଲତବି ରଖାଯାଇଛି ।
 ତେଣୁ ବିଜେପି ସଦସ୍ୟମାନେ ଏ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ୍‍ ନୁହେଁ ।
 ଗୃହ ମୁଲତବି ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ବିଧାୟକମାନଙ୍କ ଲାଗି କରୋନା ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆର୍ନ୍ତଜାତୀୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ
 ବର୍ତ୍ତମାନ କରୋନା ଆର୍ନ୍ତଜାତୀୟ ବିପର୍ଯ୍ୟୟ ହୋଇଥିବାରୁ ରାଜନୀତିରୁ ଉର୍ଦ୍ଧ୍ୱକୁ ଆସି ଆମେ ସମସ୍ତେ ଏହାର ମୁକାବିଲା ଲାଗି ଆଗେଇ ଆସିବା ଉଚିତ୍‍ ।

Leave A Reply

Your email address will not be published.