Latest Odisha News

କେନ୍ଦ୍ରାପଡାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଟାଉନ ଅଞ୍ଚଳରେ କିଛି ଦୁର୍ବୃତ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ।

ସ୍ଥାନୀୟ ବିଜୁ ସ୍ମୃତି ଭବନ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ମଙ୍ଗଳବାର ଦିନ ସନ୍ଧ୍ୟା ପାଖାପାଖି ୬ଟା ୩୦ ରେ ଭାଙ୍ଗି ଖଣ୍ଡ ବିଖଣ୍ଡିତ କରିଦିଆଯାଇଛି । ଏହାକୁ ପ୍ରତିବାଦ କରି ସ୍ଥାନୀୟ ଜନସାଧାରଣ ପଟାମୁଣ୍ଡେଇ- ରାଜନଗର ମାର୍ଗକୁ ଅବିରୋଧ କରିଥିଲେ ।

ରାସ୍ତା ଅବରୋଧ ଯୋଗୁଁ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ଗାଡିଚାଳଚଳ ବାଧାପ୍ରାପ୍ତ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରି, ଦୋଷୀଙ୍କ ଦଣ୍ଡ ଦେବାକୁ ଆଶ୍ୱାସନା ଦେବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ହଟିଛନ୍ତି ।

ବିଜେପିର ପୂର୍ବ ବିଧାୟକ ତଥା ବିଜୁ ସ୍ମୃତି ସଂଘର ମୁଖ୍ୟ ଅଲେଖ କୁମାର ଜେନା ୨୦୧୭ ଅପ୍ରେଲ ୧୬ ତାରିଖରେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚିନ କରିଥିଲେ ।

Leave A Reply

Your email address will not be published.