Latest Odisha News

BREAKING NEWS

ବିକାଶ କ୍ଷେତ୍ରରେ ଭାରତକୁ ପୁଣି ଝଟକା; ପୂର୍ବାପେକ୍ଷା କମ୍ ରହିବ ଚଳିତ ବର୍ଷର ଜିଡିପି

ଭୁବନେଶ୍ୱର: ଦେଶର ଆର୍ଥିକ ବିକାଶ ଚଳିତ ବର୍ଷ ୨୦୧୯-୨୦ରେ ପାଞ୍ଚ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ପୂର୍ବ ବିତ୍ତ ବର୍ଷରେ ଏହା ୬.୮ ପ୍ରତିଶତ ଥିଲା । ଷ୍ଟାଟିଷ୍ଟିକାଲ ଡିପାର୍ଟମେଣ୍ଟ ଜାରୀ କରିଥିବା ଆକଳନ ଅନୁସାରେ ଏ କଥା ସାମନାକୁ ଆସିଛି । ସରକାର ଯାହା ଅନୁମାନ ଲଗାଇଛନ୍ତି ତାହା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଆକଳନ ସହ ସମାନ।କେନ୍ଦ୍ରୀୟ ବ୍ୟାଙ୍କ ଡ଼ିସେମ୍ବର ରେ ଜିଡିପି ବିକାଶ ଦର ୬.୧ ପ୍ରତିଶତ ରୁ କମାଇ ୫ ପ୍ରତିଶତ କରିଦେଇଥିଲା । ଆରବିଆଇ ନିଜର ମୁଦ୍ରା ନୀତି ସମିକ୍ଷା ରେ ଜିଡିପି ଦର ଆକଳନ କୁ କମାଇଥିଲା ।

ସରକାର ଅନୁମାନ ଲଗାଇଥିଲେ ଯେ ଗ୍ରସ ଭ୍ୟାଲୁ ଏଡେଡ଼ (ଜିବିଏ) ୪.୯ ପ୍ରତିଶତ ରହିବାର ଅନୁମାନ କରାଯାଇଛି ।୨୦୧୮-୧୯ ସମୟରେ ଏହା ୬.୬ ପ୍ରତିଶତ ଥିଲା । ଉତ୍ପାଦନ କ୍ଷେତ୍ରରେ ଏହା ୨୦୧୯-୨୦ ରେ ୨% ବଢିବାର ସମ୍ଭାବନା ଅଶାକରାଯାଇଛି । ଯେଉଁଥିରେ ପୂର୍ବ ବର୍ଷ ରେ ଏହା ୬.୯% ଥିଲା । କେନ୍ଦ୍ର ଜିଡିପି ଉପରେ ପ୍ରଥମ ପୂର୍ବାନୁମାନ ଚଳିତ ବର୍ଷ ର ୯ ମାସ ର ତଥ୍ୟ ଉପରେ ଆଧାରିତ । ସରକାର ବଜେଟ ଆଣିବାପରେ ଆଉ ଏକ ପୂର୍ବାନୁମାନ ଜାରୀ କରିବେ।

Leave A Reply

Your email address will not be published.