Latest Odisha News

BREAKING NEWS

ବାଇକ୍‌କୁ ପିଟିଲା ଟ୍ରକ୍: ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର: ବାଇକ୍‌କୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଜଣେ ମୃତ ଓ ୨ ଗୁରୁତର ହୋଇଥିବା ସୂଚନା। ଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ବରଫକଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଖଇରା ଥାନା ଡାଲଙ୍ଗ ଗ୍ରାମର ଭରତ ପୃଷ୍ଟିଙ୍କ ପୁଅ ଉମେଶ ପୃଷ୍ଟି, ସମୀର ମହାରଣା ଓ ଆଟପୁର ଗ୍ରାମର ଶୁଭଙ୍କର ପାତ୍ର ଏକ ସଂକୀର୍ତ୍ତନ ମଣ୍ଡଳୀରେ କାମ କରନ୍ତି। ଆଜି ସକାଳେ ବାଲିଆ ପାଳରୁ କୀର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକା ମାରିବାରୁ ଉମେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସମୀର ଓ ଶୁଭଙ୍କର ଗୁରୁତର ଆହତ ହୋଇଛନ୍ତି।

ତେବେ ଘଟଣାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଶୁଭଙ୍କର ଗୁରୁତର ଆହତ ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ଥନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.