ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୋରବେଲା ନିକଟରେ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ୍ ପଛରେ ପିଟି ହୋଇଥିଲା ବାଇକ୍ ।
ମୃତକ ୨ ଜଣ ହେଲେ ରୋହିତ ପୂଜାରୀ, ରାଜୁ ପାଣ୍ଡେ । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ମୃତଦେହ, ଟ୍ରକ ଓ ବାଇକକୁ ଜବତ କରିଛି ।
ସୂଚନାମୁତାବକ,ତିନି ଦିନ ହେବ କୋରବେଲା ନିକଟ ନିର୍ମାଣଧୀନ ଭାରତମାଲାର ରାସ୍ତା କଡରେ ଏକ ମାଲ ବୋଝେଇ ଟ୍ରକ ଖରାପ ହୋଇ ରହିଥିଲା । ତେବେ ଦୁଇ ବାଇକ ଆରୋହୀ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଠିଆ ହୋଇଥିବା ଟ୍ରକ ପଛରେ ପିଟି ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି ।
Comments are closed.