Latest Odisha News

BREAKING NEWS

ବାଇକ୍ ପଛକୁ ଧକ୍କା ଦେଲା ଟ୍ରଲର, ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତର

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ସମ୍ବଲପୁର ଜିଲା ମାନେଶ୍ୱର ଗ୍ରାମର ମାନରଞ୍ଜନ ଜେନା ଓ ତାଙ୍କ ସ୍ତ୍ରୀ ଏକ ବାଇକ୍‌ରେ ଝାରସୁଗୁଡ଼ା କୁଦାବଗାରୁ ନିଜ ଗ୍ରାମକୁ ଯାଉଥିଲେ । ସାପଡ଼ା ଛକରେ ଏକ ଟ୍ରଲର ତାଙ୍କ ବାଇକ୍ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ପଛରେ ବସିଥିବା ମାନରଞ୍ଜନଙ୍କ ସ୍ତ୍ରୀ ଛିଟିକ୍ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମାନରଞ୍ଜନ ଗୁୁରୁତର ଆହତ ହୋଇଛନ୍ତି । ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାନରଞ୍ଜନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

Leave A Reply

Your email address will not be published.