ଭିଏତନାମ: ଦୁନିଆରେ ଅନେକ ବିମାନ କମ୍ପାନୀ ଅଛି ଯେଉଁମାନେ କମ୍ ଟଙ୍କାରେ ସେବା ପ୍ରଦାନ କରି ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ସେହିପରି ଆଉ କିଛି ବିମାନ କମ୍ପାନୀ ଅଛନ୍ତି ଯାହାର ଟିକେଟ୍ ମୂଲ୍ୟ କମ୍ ନ କରି ଅନ୍ୟ ଆକର୍ଷଣୀୟ ଅଫର୍ ଦେଇଥାନ୍ତିି, ଯେଉଁ କାରଣରୁ ଲୋକମାନେ ସେହି ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଭିଏତନାମରେ ଏକ ଘରୋଇ ବିମାନ କମ୍ପାନୀ ଏହି ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ । ସେ କେବଳ କମ୍ ମୂଲ୍ୟରେ ଟିକେଟ୍ ପ୍ରଦାନ କରେ ନାହିଁ, ବରଂ ନିଜର ଏୟାର ହୋଷ୍ଟେସ୍ମାନଙ୍କୁ ବିମାନଯାତ୍ରା ସମୟରେ ବିକିନି ପିନ୍ଧିବାକୁ ନିୟମ କରିଛିି । ଖାସ୍କରି ଲୋକମାନେ ସେମାନଙ୍କୁ ଦେଖିବା ପାଇଁ ଏହି ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି ।
୨୦୧୧ ମସିହାରେ ପ୍ରଥମ ଥର ପାଇଁ ଏହି ଘରୋଇ ବିମାନ ଭିଏତନାମରେ ଆରମ୍ଭ ହୋଇଥିଲା । ଖୁବ୍ କମ୍ ସମୟରେ ଏହା ଭିଏତନାମର ସବୁଠାରୁ ଲୋକପ୍ରିୟ ବିମାନ କମ୍ପାନୀ ପାଲଟିଗଲା । ଏହାର କାରଣ ହେଉଛି, ଏହି ବିମାନର ଏୟାର ହୋଷ୍ଟେସ୍ମାନେ ବିକିନି ପିନ୍ଧିଥାନ୍ତି । ଯଦିଓ ଏହି ଘରୋଇ ବିମାନର ନାମ ଭିଏଟ୍ ଜେଟ୍ ଏୟାରଲାଇନ୍ସ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହା ବିକିନି ଏୟାରଲାଇନ୍ସ ଭାବରେ ପରିଚିତ ହୋଇଗଲା । ସେବେଠାରୁ ଏହି ବିମାନ କମ୍ପାନୀ ଅନେକ ବିବାଦ ଭିତରକୁ ଟାଣି ହୋଇଛି । ଏହି ବିମାନ କମ୍ପାନୀ ବେଳେବେଳେ ମହିଳାମାନଙ୍କୁ ଅପମାନିତ କରୁଥିବା ବେଳେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା । ଏଥିଲାଗି ୨୦୧୨ ମସିହାରେ ଭିଏତନାମ ବିମାନ ଚଳାଚଳ ପ୍ରାଧିକରଣ କମ୍ପାନୀ ଉପରେ ୬୨,୦୦୦ ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲା ।
ଏହି ବିମାନକୁ ଭିଏତନାମର ଗୁଏନ ଥି ଫୁଙ୍ଗ ଥାଓ ନାମକ ଜଣେ ମହିଳା ଆରମ୍ଭ କରିଥିଲେ, ଯିଏ ନିଜେ କୋଟିପତି ଥିଲେ । ତାଙ୍କ ନାମ ୨୦୧୬ ମସିହାରେ ଏସିଆର ୫୦ଟି ପ୍ରସିଦ୍ଧ ବ୍ୟବସାୟୀ ମହିଳାଙ୍କ ତାଲିକାରେ ସାମିଲ ହୋଇଥିଲା । ଏହି ଏୟାରଲାଇନ୍ସ କମ୍ପାନୀ ଭାରତରେ ମଧ୍ୟ ଆରମ୍ଭ ହୋଇଛି । ଲୋକମାନେ ଏହି ବିକିନି ଏୟାରଲାଇନ୍ସରେ ଭାରତରୁ ଭିଏତନାମ ଯାଇପାରିବେ । କିନ୍ତୁ ବର୍ତ୍ତମାନ ଏୟାର ହୋଷ୍ଟେସର ପୋଷାକ ପୂର୍ବ ପରି ରହିନାହିଁ । ଏବେ ସେମାନେ ଟି-ସାର୍ଟ ଏବଂ ସ୍କର୍ଟ ପିନ୍ଧିବା ଆରମ୍ଭ କରିଛନ୍ତି । ଏହି ବିମାନ ଟିକେଟ ବହୁତ ଶସ୍ତା ରହିଥାଏ । ବେଳେବେଳେ ସେମାନେ ଏପରି ଅଫର ଦିଅନ୍ତି ଯେ, ଲୋକମାନେ ଭାରତରୁ ଭିଏତନାମକୁ ମାତ୍ର ୯ ଟଙ୍କାରେ ଯାଇଥାନ୍ତି ।
Comments are closed.