Latest Odisha News

BREAKING NEWS

ନାମାଙ୍କନ ପତ୍ର ଦାଖଲ କଲେ ବିକ୍ରମ ଆରୁଖ, ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୧୩ ତାରିଖରେ ନିର୍ବାଚିତ ହେବେ ନୂଆ ବାଚସ୍ପତି । ଶ୍ରୀ ଆରୁଖ ଏବେ ଭଞ୍ଜନଗର ନିର୍ବାଚନ ମଣ୍ଡଳିରୁ ବିଧାୟକ ଅଛନ୍ତି ।

ସ୍ୱାସ୍ଥ୍ୟଗତ କାରଣରୁ ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେବା ପରେ ତାହା ଖାଲି ପଡ଼ିଛି । ବିଧାନସଭାରେ ବିଜେଡିର ୧୧୨ ସଦସ୍ୟ ରହିଛନ୍ତି । ତେଣୁ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ । ଏହା ପୂର୍ବରୁ ଶ୍ରୀ ଆରୁଖ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବିଭିନ୍ନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.