Latest Odisha News

BREAKING NEWS

ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଡେରାବିଶ୍ ବ୍ଲକର ଏବିଇଓ ବିପିନ ବିହାରୀ ସିଂ । ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ସ୍ଥଗିତ ଦରମା କରାଇ ଦେବା ପାଇଁ ଶ୍ରୀ ବିହାରୀ ସିଂ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ।

ଲାଞ୍ଚ ନେଉଥିବା ୫ ହଜାର ଟଙ୍କା ଭିଜିଲାନ୍ସ ବିପିନ ବିହାରୀ ସିଂଙ୍କ ଠାରୁ ଜବତ କରିଛି । ଲାଞ୍ଚ ଟଙ୍କା ଜବତ ପରେ ଭିଜିଲାନ୍ସ ଶ୍ରୀ ସିଂଙ୍କ କେନ୍ଦ୍ରାପଡ଼ା ବାଲିଆ ଘରେ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ନେଇ ଖୋଳତାଡ଼ ଚାଲିଛି । ଏନେଇ କଟକ ଭିଜିୱାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.