Latest Odisha News

ବିଲକିସ ବାନୋ ଘଟଣା: ଗୁଜୁରାଟ ସରକାରଙ୍କୁ ବଡ ଝଟକା

ନୂଆଦିଲ୍ଲୀ: ବିଲକିସ ବାନୋ ଘଟଣା । ବିଜେପି ଶାସିତ ଗୁଜୁରାଟ ସରକାରଙ୍କୁ ବଡ ଝଟକା । ଘଟଣାରେ ଗିରଫ ଅଭିଯୁକ୍ତ ମାନଙ୍କୁ ଖଲାସ କରିବା ପାଇଁ ଦିଆଯାଇଥିବା ଆଦେଶରେ କରାଯାଇଥିବା ମନ୍ତବ୍ୟଗୁଡ଼ିକୁ ହଟାଇବାକୁ ମନାକରିଦେଇଛନ୍ତି ସୁପ୍ରିମକୋର୍ଟ । ଗୁଜୁରାଟ ସରକାର ନିଜ ବିରୋଧରେ ଦିଆଯାଇଥିବା କିଛି ମନ୍ତବ୍ୟକୁ ହଟାଇବାକୁ ଅନୁରୋଧ କରିଥିଲେ ।

ବାସ୍ତବରେ, ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସଦସ୍ୟ ଓ ଛୋଟ ଝିଅକୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମାନୀତି ବଳରେ ଠିକ ବିଧାନସଭା ନିର୍ବାଚନ ପୂର୍ବରୁ ଖଲାସ କରି ଦେଇଥିଲେ। ତେବେ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏଥିସହ ୨ ସପ୍ତାହ ମଧ୍ୟରେ ଜେଲରୁ ବାହାରିଥିବା ସମସ୍ତ ୧୧ ଜଣଙ୍କୁ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଏହାପରେ ଗତ ଜାନୁୟାରୀ ୨୨ରେ ସମସ୍ତ ଅଭିଯୁକ୍ତ ଆତ୍ମସମର୍ପଣ କରିଥିଲେ ।

ତେବେ ଗୁଜୁରାଟ ସରକାରଙ୍କ ଏହି ନିର୍ଦ୍ଦେଶକୁ କଡା ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦାଖଲ ହୋଇଥିବା ରେକର୍ଡରେ ଏପରି କୌଣସି ତ୍ରୁଟି ନାହିଁ ଯେଉଁଥିପାଇଁ ମାମଲାର ପୁନଃବିଚାର କରାଯିବ । ସରକାରଙ୍କର କୌଣସି ଅଧିକାର ନାହିଁ ଯେ ସେ ଅଭିଯୁକ୍ତଙ୍କୁ ଏପରି ଖଲାସ କରିବେ । ନ ବୁଝି ନ ବିଚାରି ଗୁଜୁରାଟ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ତେବେ ଅଭିଯୁକ୍ତ ମାନଙ୍କୁ କେବଳ ସେହି ରାଜ୍ୟ ଖଲାସ କରିପାରିବ ଯେଉଁ ରାଜ୍ୟରେ ପ୍ରଥମେ ଏହି ମାମଲା ଚାଲିଥିଲା । ଆଉ ସେ ରାଜ୍ୟ ହେଉଛି ମହାରାଷ୍ଟ୍ର ।

ସୂଚନାଯୋଗ୍ୟ ଯେ, ୨୦୦୨, ମାର୍ଚ୍ଚ ୩ ତାରିଖରେ ଗୁଜରାଟର ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ପରେ ରାଜ୍ୟରେ ଦଙ୍ଗା ବ୍ୟାପିଥିଲା । ଦଙ୍ଗାକାରୀମାନଙ୍କ ହାବୁଡ଼କରୁ ଖସି ପଳାଉଥିବା ବିଲ୍‌କିସ୍‌ ବାନୋଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିଲା ଏବଂ ସେ ୫ ମାସର ଗର୍ଭବତୀ ଥିଲେ । ଦଙ୍ଗାକାରୀମାନେ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.