Latest Odisha News

ଝିଅର ‘ମୁଖେ ଭାତ୍‌’ ପାଳିଲେ ବିପାଶା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅକୁ ସମୟ ଦେଉଛନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ଝିଅ ଦେବୀର ପ୍ରତ୍ୟେକ ସମାରୋହକୁ ଏକ ବିଶେଷ ଉତ୍ସବରେ ପାଳନ କରୁଛନ୍ତି । ନିକଟରେ ଝିଅର ‘ମୁଖେ ଭାତ୍‌’ ତଥା ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଆୟୋଜନ କରିଛନ୍ତି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡ଼ିଆରେ ନିଜେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଦେବୀଙ୍କ ମୁଖେ ଭାତ୍ .. ଦୁର୍ଗା, ଦୁର୍ଗା\’ । ଏନେଇ ଅନେକ ଫ୍ୟାନ୍ସ ବିପାଶା ଏବଂ କରଣ ସିଂହ ଗ୍ରୋଭରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିପାଶା ତାଙ୍କ ଝିଅର ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମ ଆୟୋଜିତ କରୁଛନ୍ତି । ଏଥିଲାଗି ସେ ଘରକୁ ବେଲୁନ୍‌ରେ ସୁନ୍ଦର ଭାବେ ସଜାଇଛନ୍ତି । ଏହି ସମାରୋହରେ ଦେବୀ ଏକ ଲେହେଙ୍ଗା ପିନ୍ଧିଛନ୍ତି । ଆଉ କପାଳରେ ଚନ୍ଦନ ଟୋପା ଲଗାଇବା ସହ ମୁଣ୍ଡରେ ଏକ ମୁକୁଟ ପିନ୍ଧିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ତା’ର ଲୁକ୍ ସଂପୂର୍ଣ୍ଣ ରୂପେ ଦେବୀଙ୍କ ପରି ଥିଲା । ସେହିପରି ବିପାସା ମଧ୍ୟ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି । ପୂଜାର୍ଚ୍ଚନା କରିବା ପରେ ବିପାଶା ଓ କରଣ ଝିଅକୁ ଅନ୍ନ ଖୁଆଉଛନ୍ତି । ଅନ୍ନପ୍ରସନ୍ନକୁ ବଙ୍ଗଳାରେ ମୁଖେ ଭାତ୍ କୁହାଯାଏ । ଏହି ରୀତିନୀତିରେ ଶିଶୁକୁ ପ୍ରଥମ ଥର ପାଇଁ ଅନ୍ନ  ଦିଆଯାଏ ।

Comments are closed.