Latest Odisha News

BREAKING NEWS

ରାଷ୍ଟ୍ରପତି ପୁରସ୍କାର ପାଇବେ ବିରଞ୍ଚି ନାରାୟଣ ମିଶ୍ର

ଜଗତସିଂହପୁର: ରାଷ୍ଟ୍ରପତି ପୁରସ୍କାର ପାଇବେ କଷ୍ଟମ୍ସ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ କମିଶନର । ନାଉଗାଁ ଥାନା ଅନ୍ତର୍ଗତ ପଦ୍ମପୁର (ବ୍ରାହ୍ମଣ ଶାଶନ) ଗାଁର ବିରଞ୍ଚି ନାରାୟଣ ମିଶ୍ରଙ୍କୁ ଉଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୁରସ୍କୃତ କରିବେ । ବିରଞ୍ଚି କଷ୍ଟମସ ବିଭାଗର ଆସିଷ୍ଟାଣ୍ଟ କମିଶନର ଭାବେ ୨୦୨୨ ଅକ୍ଟୋବର ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ ।

ପଦ୍ମପୁର ଭଳି ଏକ ନିପଟ ଗାଁ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମିଶ୍ର ୧୯୮୬ ମସିହାରେ କଷ୍ଟମ୍ସ ବିଭାଗରେ ନିଯୁକ୍ତି ପାଇଥିଲେ । ଚାକିରି ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ବିଭିନ୍ନ ପଦ ପଦବୀରେ ସଫଳତାର ସହିତ କାର୍ଯ୍ୟ କରିଥିଲେ । ଚାକିରିରୁ ଅବସର ପରେ ଶ୍ରୀ ମିଶ୍ର ନିଜ ଜନ୍ମ ମାଟିକୁ ଫେରି ଗାଁର କିଛି ଉନ୍ନତି କରିବା ପାଇଁ ସଂକଳ୍ପ ନେଇଛନ୍ତି ।

ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହେବାକୁ ଥିବା ଜାଣିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ପଦ୍ମପୁର ଠାରେ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ଡ଼ା ସର୍ବେଶ୍ୱର ପରିଡ଼ା, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ମିଶ୍ର, ବିଷ୍ଣୁ ଚରଣ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ମହାନ୍ତି, ଜୟ ଗୋବିନ୍ଦ ମିଶ୍ର, ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ରଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.