Latest Odisha News

BREAKING NEWS

ବାର୍ଡ ଫ୍ଲୁ; ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ ଗଠିତ

ଭୁବନେଶ୍ୱର: ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ଗଠିତ ହେବ ୩୮ଟି ରାପିଡ୍‌ ରେସପନ୍‌ସ ଟିମ୍‌ l ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ l ୨୦ଟି ଟିମ୍‌ କୁକୁଡ଼ା ମରା ଓ ବିଶୋଧନ ପାଇଁ ଗଠିତ ହୋଇଛି l ସେହିପରି ୧୮ଟି ଟିମ୍‌ ଚଢ଼ାଉ ଓ ଲୋକଙ୍କୁ ସଚେତନ କରାଇବେ l ସେହିପରି ସବୁ ସ୍ଥାନରେ ସ୍ବଚ୍ଛତା ବଜାୟ ରଖିବା ସହ ପିପିଲି ଓ ସତ୍ୟବାଦୀରୁ ମଲା କୁକୁଡ଼ା ନକିଣିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ l

ସୂଚନା ଅନୁସାରେ, ପିପିଲିରୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଅଣ୍ଡା ରପ୍ତାନି ଉପରେ ରୋକ୍ ଲଗାଯାଇଛି l ଏଯାବତ ସତ୍ୟବାଦୀ ଓ ପିପିଲିରେ ୧୧,୭୩୬ କୁକୁଡ଼ା ମରାଗଲାଣି l ଅଂଚଳରେ ବାର୍ଡ ଫ୍ଲୁ ସ୍ଥିତିକୁ ଦେଖି ସଜାଗ ରହିଛି ପ୍ରଶାସନ l ସେଥିପାଇଁ ପିପିଲିରେ ପ୍ରଶାସନର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି l ସେଠାରେ ୩ ଜଣ ଡାକ୍ତର, ୨ ଜଣ ଫାର୍ମାସିଷ୍ଟ ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ l ମଙ୍ଗଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହର ବ୍ୟବସ୍ଥା କରାଯାଇଛି l ସେହିପରି ଘର ଘର ବୁଲି ଆଶାକର୍ମୀମାନେ ସ୍ଥିତି ପରଖିବେ l

ଅନ୍ୟପଟେ ବ୍ଲାର୍ଡ-ଫ୍ଲୁ ଆତଙ୍କ ପରେ ଆଜିଠୁ ମରାହେବ ଦେଶୀ କୁକୁଡ଼ା । ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀର ସଂକ୍ରମିତ ଅଞ୍ଚଳରେ ଆରମ୍ଭ ହେବ ଦେଶୀ କୁକୁଡ଼ା ଓ ବତକ ମରା ଅଭିଯାନ। ୩ ଦିନରେ ମାଟିରେ ପୋତାଗଲାଣି ୨୬ହଜାରରୁ ଅଧିକ କୁକୁଡା। ପିପିଲି ସତ୍ୟବାଦୀ ଦୁଇଟି ଜାଗାରେ ରିପୋର୍ଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି। ଏନେଇ ଷ୍ଟେଟ ରାପିଡ ରେଷ୍ପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେଷ୍ପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି। ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ ନଖାଇବାକୁ ପରାମର୍ଶ ଦିଆଯାଇଛି।

Comments are closed.