Latest Odisha News

BREAKING NEWS

ସଂକ୍ରମିତ ୨ ଜିଲ୍ଲାରେ ବାର୍ଡ ଫ୍ଲୁ ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଦୁଇଟି ଜିଲ୍ଲାର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରେ କୁକୁଡ଼ା ଚାଷ ଉପରେ ସରକାରଙ୍କ ନିଷେଧାଦେଶ ଜାରି ରହିଛି। ଏହାରି ମଧ୍ଯରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଲାନନ୍ଦ ମଲ୍ଲିକ ସୋମବାର କହିଛନ୍ତି ଯେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଗଣମାଧ୍ୟମକୁ ସୂଚନା ଦେଇ ମଲ୍ଲିକ କହିଛନ୍ତି ଯେ ବାର୍ଡ ଫ୍ଲୁ ରୋଗ ପ୍ରାୟତଃ ପୁରୀ ଏବଂ କେନ୍ଦ୍ରାପଡାରୁ ଆସିଥିଲା। ସରକାର ଗତ ତିନି ମାସ ଧରି ଦୁଇ ଜିଲ୍ଲାରେ କୁକୁଡ଼ା ଉତ୍ପାଦନ ତଥା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିଷେଧାଦେଶ ପରେ ସ୍ଥିତିରେ ସୁଧାର ଆସିଛି ଏବଂ ଏହି ରୋଗ ବର୍ତ୍ତମାନ ନିୟନ୍ତ୍ରଣରେ ଅଛି।

ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଅନ୍ୟ ଅଞ୍ଚଳରେ କୁକୁଡ଼ା ଉତ୍ପାଦ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

Comments are closed.