Latest Odisha News

BREAKING NEWS

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ଷ୍ଟାଡିୟମ

ଭୁବନେଶ୍ୱର: ଗିନିଜ ବୁକରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ । ଏ ନେଇ ୫ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୂଚନା ଦେଇଛନ୍ତି । ରାଉରକେଲାରେ ୨୧ ହଜାର ବସିବା କ୍ଷମତା ରଖିଥିବା ଏହି ବର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ଗିନିଜ ବୁକରେ ସ୍ଥାନ ପାଇଥିବା ନେେଇ ପାଣ୍ଡିଆନ ତାଙ୍କ ଇନଷ୍ଟା ପେଜରେ ସେୟାର କରିଛନ୍ତି ।

ଇନଷ୍ଟାରେ ସେୟାର ହୋଇଥିବା ଏହି ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଖୁସି ମନାଉଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରୁମର ଡୋର ଖୋଲି ଭିତରକୁ ଯାଉଛନ୍ତି ଏବଂ ଏହି ଖୁସି ଖବର ତାଙ୍କୁ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଖବର ଶୁଣି ବେଶ ଖୁସି ହେବା ପରି ଦେଖା ଯାଉଛି । ଉଲ୍ଲସିତ ହୋଇ ସେ ମଧ୍ୟ ଏଥିପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଉଛନ୍ତି । ମାତ୍ର ୧୫ ମାସ ଭିତରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଇ ଥିଲେ ହେଁ ଏହା ଏପରି ସମ୍ମାନ ପାଇଥିବାରୁ ଏହା ରାଜ୍ୟ ପାଇଁ ଏକ ଖୁସି ଖବର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଠି କହିରଖିବୁ, ବିର୍ସାମୁଣ୍ଡା ଷ୍ଟାଡିୟମ ହକି ବିଶ୍‌:କପ ପୂର୍ବରୁ ନିର୍ମାଣ କରାଯାଇଥିଲା । ଖୁବ କମ ଦିନ ମଧ୍ୟରେ ଏତେ ବଡ ଷ୍ଟାଡିୟମ ନିର୍ମାଣ କରାଯାଇ ପାରିଥିଲା ଯେଉଁଠି ବିଶ୍‌:ର ସବୁଠାରୁ ଅଧିକ ଦର୍ଶକ ବସିବାର ସୁବିଧା ରହିଛି ବୋଲି କୁହାଯାଉଥିଲା । ତେବେ ଏହାକୁ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା । ଏହି ଷ୍ଟାଡିୟମରେ ଜାନୁଆରୀ ୧୩ ତାରିଖରେ ହକି ବିଶ୍‌:କପର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଖେଳା ଯାଇଥିଲା ।

ଏହି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା   ରହିଛି । ଉଭୟ ଖେଳାଳୀ ଏବଂ ଦର୍ଶକଙ୍କ ପାଇଁ ସବୁପ୍ରକାରର ସୁବିଧା ଏହି ଷ୍ଟାଡିୟମରେ ରହିଛି । ୯ ମାସ ମଧ୍ୟରେ ୨୨୫ ଘର ଥିବା ବିଶ୍ୱ କପ୍ ହକି ଗ୍ରାମର ନିର୍ମାଣ କରାଯାଇଥିବା ସୂଚନା ମିଳିଛି ।

ତେବେ  କ’ଣ ବିଶେଷତ୍ୱ ରହିଛି ଏହି ଷ୍ଟାଡିୟମର  । ବିପିୟୁଟି (ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲଜି) ପରିସରେ ଥିବା ଏହି ଷ୍ଟାଡିୟମ  ୧୪୬.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ  ହୋଇଛି । ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଫେବୃୟାରୀରେ ଏହାର ଶିଳାନ୍ୟାସ କରିଥିଲେ ଏବଂ ଅଗଷ୍ଟ ୨୦୨୧ରେ ଆରମ୍ଭ ହୋଇଥିଲା ନିର୍ମାଣ କାମ ।

ଏହାର ନିର୍ମାଣ ପାଇଁ ୩,୬୦୦ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ଏବଂ ୪ ହଜାର ଟନ ଟିଏମଟି ଷ୍ଟିଲ ଏହାର ନିର୍ମାଣ ପାଇଁ ବ୍ୟବହାର ହୋଇଛି । ଏମିତି ଭାବେ ଏହା ନିର୍ମାଣ କରାଯାଇଛି, ଯାହା କି ଅନ୍ୟ ଷ୍ଟାଡିୟମ ତୁଳନାରେ  ପ୍ରତ୍ୟେକ ଦର୍ଶକଙ୍କୁ ପିଚର ନିକଟରେ ବସି ଖେଳ ଦେଖିପାରିବାର ସୁଯୋଗ ମିଳିବ ।

ଷ୍ଟଡିୟମ ଭିତରେ ହାଇଡ୍ରୋ ଥେରାପି ପୁଲ, ଫିଟନେସ ସେଣ୍ଟର, ଅଭ୍ୟାସ ପାଇଁ ପିଚ ଇତ୍ୟାଦି ରହିଛି । ୨୨୫୪ ଷ୍ଟାର କାଟେଗୋରୀ ରୁମ  ରହିଛି । ଟୁର୍ଣ୍ଣାମେଣ୍ଟ ପାଇଁ ଏହାର ପରିଚାଳନା ଦାୟିତ୍ୱ ତାଜଗ୍ରୁପ ଦିଆଯାଇଛି ।

Leave A Reply

Your email address will not be published.