Latest Odisha News

BREAKING NEWS

ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ସହ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଯୁବ କଳାକାର

ନବରଙ୍ଗପୁର : ଏ ଆଧୁନିକ ଦୁନିଆରେ ଏବେବି ବଞ୍ଚିଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା । ଏହି ଆଦିବାସୀ ଲୋକ ବାଦ୍ୟ ଡୁମଡୁମାରେ ଝୁମୁଛି ନବରଙ୍ଗପୁର  । ଯୁବକଙ୍କ ନିପୁଣ କଳାରେ ପୁଲକୁଛି ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ । ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ବଜାଇ ଜାତୀୟ ସଙ୍ଗୀତ ଗାନ କରିଥିବା କଳାକାରଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

ଆନନ୍ଦ ଦାସଙ୍କ ଏହି ନିଆରା ପ୍ରୟାସ ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରରୁ ପ୍ରଶଂସାର ସୁଅ ଛୁଟିଛି । ନବରଙ୍ଗପୁର ସହର ଗାନ୍ଧୀନଗରରେ ରହୁଥିବା ଆନନ୍ଦ କୁମାର ଦାସ ଆଞ୍ଚଳିକ ଆଦିବାସୀ ଭାଷାରେ ଅନେଜ ଆଲବମ କରି ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ବିଲୁପ୍ତ ହୋଇଯାଉଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମାକୁ ପୁର୍ନଜୀବିତ କରିବା ଉଦ୍ଦେଶ୍ୟରେ ସେ ଏକ ନିଆରା ପ୍ରୟାସ କରିଛନ୍ତି  । ଏହି ବାଦ୍ୟ ଯନ୍ତ୍ର ଲାଉରେ ତିଆରି ହୋଇଥିବା କୁହାଯାଏ । ଡୁମଡୁମା ବଜାଇ ଜାତୀୟ ସଙ୍ଗୀତ ଜନ ଗଣ ମନ ଗାଇ ୟୁଟ୍ୟୁବରେ ଅପଲୋଡ଼ କରିଛନ୍ତି  । ତାଙ୍କର ଏହି ନିଆରା ପ୍ରୟାସ ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରଶଂସା ଛୁଟିବାରେ ଲାଗିଛି ।

Leave A Reply

Your email address will not be published.