Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ କରାଯାଇଥିଲା ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏବଂ ରଞ୍ଜନ କୁମାର ଦାସ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକର ଏକ ପ୍ରଦର୍ଶନୀ ଆୟୋଜିତ ହେବା ସହ ଏକାଡେମୀ ପକ୍ଷରୁ ପ୍ରକାଶିତ ୪ ଗୋଟି ପୁସ୍ତକ ଯଥା – “ଓଡ଼ିଶା ସାହିତ୍ୟ ଏକାଡେମୀ ଇତିହାସ’, ଅନୀତା ଅଗ୍ନିହୋତ୍ରୀଙ୍କ ବଙ୍ଗଳା ପୁସ୍ତକ “ମହାନଦୀ’ ର ଓଡ଼ିଆ ଅନୁବାଦ ଏବଂ ସାରଦ ମିଶ୍ରଙ୍କର ୪ ଟି ଓଡ଼ିଆ ଅନୁବାଦ ପୁସ୍ତକ ଲୋକାର୍ପିତ ହୋଇଥିଲା । ଏହା ସହ ଏହି ଉତ୍ସବରେ ରାଜ୍ୟସ୍ତରୀୟ ସାରସ୍ୱତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୨୪ ଜଣ କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ଏବଂ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟର ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ୧୪ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ସାରସ୍ୱତ ସଭାରେ ପ୍ରବୋଧ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହିତ ଏକାଡେମୀର ଆଭିମୁଖ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଏବଂ ମଧୁମିତା ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

Comments are closed.