Latest Odisha News

BREAKING NEWS

ଶାହାରୁଖଙ୍କ ସ୍ୱର ଥିଲେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ଗାଇଛନ୍ତି ଅନେକ ହିଟ୍ ଗୀତ

ମୁମ୍ବାଇ: ୯୦ ଦଶକର ଭେଟେରାନ୍ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ଗୀତ କିଏ ଅବା ନଶୁଣିଛନ୍ତି। ଅଭିଜିତ୍ ତାଙ୍କ ସ୍ୱରରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ଅଭିଜିତ୍ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ଅକ୍ଟୋବର ୧୯୫୮ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ବଙ୍ଗୀୟ ବ୍ୟବସାୟୀ ଏବଂ ମାତା କାନପୁରର ବାସିନ୍ଦା ଥିଲେ।

ଗାୟକ କାନପୁରରୁ ସ୍ନାତକ ହାସଲ କରିବା ପରେ ୧୯୮୧ ମସିହାରେ ମୁମ୍ବାଇ ଆସି ନିଜର ସ୍ୱପ୍ନ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିଜିତ୍ ‘ବାଗୀ’ ଗୀତରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏକ ସମୟ ଥିଲା ଯେତେବେଳେ ଗାୟକ ଶାହାରୁଖଙ୍କ ପାଇଁ ସେ ଗୀତ ଗାଉଥିଲେ। ତାଙ୍କ ସ୍ୱର ସହିତ ଶାହାରୁଖଙ୍କ ଫିଲ୍ମର ଗୀତଗୁଡ଼ିକ ହିଟ୍ ହେବାରେ ଲାଗିଲା। ଯାହା ପରେ ଅଭିଜିତ୍ ଶାହାରୁଖଙ୍କ ସ୍ୱର ହୋଇଥିଲେ।

ଯେତେବେଳେ ନିର୍ଦ୍ଦେଶକ ଶାହାରୁଖ ଖାନଙ୍କ ସହ ଯେକୌଣସି ଫିଲ୍ମରେ କାମ କରୁଥିଲେ, ସେ ସବୁବେଳେ ଫିଲ୍ମରେ ଥିବା ଗୀତ ପାଇଁ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଚନ କରନ୍ତି। କିନ୍ତୁ ଏହି ଯୋଡି ଦୀର୍ଘଦିନ ପର୍ଯ୍ୟନ୍ତ ନଥିଲା। କିଛି ବିବାଦ ହେତୁ ଏହି ଯୋଡି ଭାଙ୍ଗି ଯାଇଥିଲା। ତଥାପି ଅଭିଜିତ ଅନେକ ହିନ୍ଦୀ ରମାଣ୍ଟିକ ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତନ୍ତି। ଆଜିବି ତାଙ୍କର ସଙ୍ଗୀତ ଜାତୀୟ ଅନ୍ତର୍ଜାତୀୟସ୍ତରରେ କ୍ଷାତି ଲାଭ କରିଛି।

Comments are closed.