Latest Odisha News

BREAKING NEWS

ଆସନ୍ତୁ ଜାଣିବା ବଲିଉଡର ଏଭରଗ୍ରୀନ ହିରୋ ଦେବାନନ୍ଦଙ୍କ ଦୁଃଖଦ ପ୍ରେମ କାହାଣୀ ବିଷୟରେ..

ମୁମ୍ବାଇ:ବଲିଉଡର ଏଭରଗ୍ରୀନର ହୀରୋ ଦେବାନନ୍ଦଙ୍କ ଆଜି ଜନ୍ମଦିନ(୩ ଡିସେମ୍ବର)।ଅନେକ କାହାଣୀ ତାଙ୍କ ଜୀବନ ସହିତ ଜଡିତ ହୋଇ ରହିଛି । ତେବେ ସୁରିୟାଙ୍କ ପ୍ରେମକାହାଣୀ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା । ଦେବାନନ୍ଦ ଚର୍ଚ୍ଚିତ ହେବା ପୂର୍ବରୁ ସୁରିୟା ଫିଲ୍ମ ଇଣ୍ଡଷ୍ଟ୍ରିର ଦାମୀ ଓ ସଫଳ ହିରୋଇନ ଥିଲେ । କାରଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଗ୍ଲାମର ଜୀବନ ସେ କାଟୁଥିଲେ । ଅପରପକ୍ଷରେ ଦେବାନନ୍ଦ ସାଇକେଲରେ ଶୁଟିଂ ପାଇଁ ଆସୁଥିଲେ । ତାଙ୍କର ଆତ୍ମବିଶ୍ୱାସ ଓ ଅଭନିୟ ସୁରିୟାଙ୍କୁ ପାଗଳ କରିଥିଲା ।

ବିଦ୍ୟା ଫିଲ୍ମ ସେଟରେ ଉଭୟ ନିକଟତର ହୋଇଥିଲେ । କିନ୍ତୁ ସୁରିୟାଙ୍କ ଜେଜେମାଆଙ୍କୁ ଏହା ପସନ୍ଦ ନ ଥିଲା । ଏ ସବୁ ସତ୍ୱେ ଦେବାନନ୍ଦ ତାଙ୍କ ନିକଟରେ ବିବାହ ପ୍ରସ୍ତାବ ରଖିଥିଲେ । ଏପରି କି ତାଙ୍କୁ ମୁଦି ମଧ୍ୟ ପିନ୍ଧାଥଇଥିଲେ । ସୁରିୟାଙ୍କ ଜେଜେମାଆ ଏହା ଦେଖିବା ପରେ ରାଗି ଯାଇଥିଲେ । ସେ ରାଗରେ ଦେବାନନ୍ଦ ପିନ୍ଧାଇଥିବା ମୁଦିକୁ କାଢ଼ି ଫିଙ୍ଗି ଦେଇଥିଲେ । ଏହା ଦେବାନନ୍ଦଙ୍କୁ ଭୀଷଣ ବାଧି ଥିଲା । ଏହା ପରେ ଏହି ପ୍ରେମ କାହାଣୀର ଦୁଃଖଦ ଅନ୍ତ ଘଟିଥିଲା ।

Leave A Reply

Your email address will not be published.