Latest Odisha News

BREAKING NEWS

କାମିଆ ଜାନିଙ୍କ ଗୋମାଂସ ଭକ୍ଷଣ ର ସତ୍ୟତା ଯାଞ୍ଚ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ

ପୁରୀ: ୟୁଟୁବର୍ ଓ ଫୁଡ୍ ବ୍ଲଗର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଉଠିଥିବା ବିବାଦ ଧିରେ ଧିରେ ବଢିବାରେ ଲାଗିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶ୍ଵ ହିନ୍ଦୁ ପରିଷଦ । କାମିଆ ଜାନି ଏକ ଭିଡିଓ ଜାରି କରି ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ଭାରତୀୟ ଭାବେ ମୋର ଲକ୍ଷ୍ୟ ହେଉଛି, ଭାରତୀୟ ସଂସ୍କୃତି, ଐତିହ୍ୟକୁ ବିଶ୍ୱସ୍ତରରେ ପ୍ରଚାର କରିବା । ମୁଁ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିଛି, ଭାରତର ଚାରଧାମ ଦର୍ଶନ କରିଛି । ଖବର କାଗଜରେ ମୋର ଜଗନ୍ନାଥ ମନ୍ଦିର ପରିଦର୍ଶନକୁ ନେଇ ପ୍ରଚାରିତ ଖବର ମୋତେ ସ୍ତବ୍ଧ କରିଛି । ତେବେ ମୁଁ କେବେ ଗୋମାଂସ ଖାଇ ନାହିଁ କି ଖାଏ ନାହିଁ ।

ତେବେ କାମିଆ ନିଜ ତରଫରୁ ସ୍ପଷ୍ଟିକରଣ ରଖି ସାରିଥିବା ବେଳେ, ଏହାର ସତ୍ୟତା କେତେ ତାହା ଯାଞ୍ଚ କରାଯାଉ ବୋଲି କହିଛନ୍ତି ରାଷ୍ଟ୍ରିୟ ଅଧ୍ୟକ୍ଷ ପଦ୍ମଶ୍ରୀ ଡ଼କ୍ଟର ରବିନ୍ଦ୍ରନାରାୟଣ ସିଂହ ।

ଅନ୍ୟପଟରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସବୁ ଓଡ଼ିଆ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ବିଶ୍ଵ ହିନ୍ଦୁ ପରିଷଦର ମୁଖପାତ୍ର ଦେବଜୀ ଭାଇ ରାବତ । ସେପଟେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ବିଷୟରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ପରିଷଦ ଆବେଦନ କରିଥିବା ବେଳେ ନହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

Comments are closed.