Latest Odisha News

BREAKING NEWS

ଏସଏଚଜି ମହିଳାମାନଙ୍କୁ ଅପମାନିତ କରୁଛି ବିଜେପି! ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଏସଏଚଜି ମହିଳା ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗକୁ ମିଥ୍ୟା ବୋଲି କହିଛି ବିଜେଡି  । ବିଜେପିର ଅଭିଯୋଗ ପରେ ଏହାକୁ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି  ଭିଡ଼ିଓର ଫରେନସିକ୍ ଯାଞ୍ଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବିଜେଡି ପକ୍ଷରୁ କୁହାଯାଇଛି ଯେ   ରାଜନୈତିକ କାରଣରୁ ବିଜେପି ଏପରି ଅପପ୍ରଚାର କରୁଛି ।  ଧାମନଗର ମାଟିର ଏସଏଚଜି ମହିଳାଙ୍କୁ ବଦନାମ କରିବାକୁ ବିଜେପିର ଏହା ଏକ ଷଡଯନ୍ତ୍ର । ବିଜେଡି ସବୁବେଳେ ଏସଏଚଜି ମହିଳାମାନଙ୍କୁ ସମ୍ମାନ କରେ  ।  ମୁହଁରେ ଓଢଣି ଘୋଡାଇ ଜଣେ ମହିଳା ଟଙ୍କା ବାଣ୍ଟୁଥିବାର ଏକ ଭିଡ଼ିଓ ଦେଖାଇ ଧାମନଗରରେ ବିଜେଡି ପାଇଁ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ବିଜେପିର ଅଭିଯୋଗ ଏକ ଭିତ୍ତିହୀନ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।  ଧାମନଗର ମା ମାନେ ଉଚିତ ଦେବେ ବୋଲି କହିଛି ବିଜେଡି ।

Comments are closed.