Latest Odisha News

‘ଅନୁସୂଚିତ ଜାତି ପାଇଁ ସବୁ ବେଳେ ଲଢିବ ବିଜେଡି’

ଭୁବନେଶ୍ବର: ଅନୁସୂଚିତ ଜାତି ପାଇଁ ବିଜେଡିର ଲଢେଇ ଜାରି ରହିବ । ଆଜି ବିଜେଡି ପକ୍ଷରୁ ଅନୁସୂଚିତ ଜାତି ସେଲ୍ ବୈଠକରେ ଏକଥା କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ତେବେ ଚଳିତ ନିର୍ବାଚନରେ ମାଡି କାମୁଡିବା ପରେ ଏବେ ପୂରା ଆକ୍ଟିଭ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ବିଭିନ୍ନ ବର୍ଗର କର୍ମକର୍ତ୍ତାଙ୍କୁ ସାକ୍ଷାତ କରି ଗୁରୁମନ୍ତ୍ର ଦେଉଛନ୍ତି । ଦଳକୁ ସୁଦୃଢ ରଖିବା ଓ କିପରି ଓଡିଶାବାସୀଙ୍କ ସ୍ବାର୍ଥରେ ଳଢିବା ସେନେଇ ମନ୍ତ୍ରଣା ଦେଇଆସୁଛନ୍ତି । ଏହି କ୍ରମରେ ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ୍ ବୈଠକ ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁପ୍ରିମୋ ନବୀନ ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣ ପାଇଁ ବିଜେଡିର ପ୍ରତିଶୃତିକୁ ପୁଣି ମନେ ପକାଇଦେଇଥିଲେ । ଅନୁସୂଚିତ ଜାତି ଭାଇ ଭଉଣୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ର ଲଢେଇ ଜାରି ରହିବ ବୋଲି କହିଛନ୍ତି ନବୀନ । ଏହି ବୈଠକରେ ଅନୁସୂଚିତ ଜାତି ବର୍ଗ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟ ତଥା ଏହାର ସେଲକୁ ଅଧିକ ଶକ୍ତିଶାଳୀ କରାଯିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.