Latest Odisha News

ବିଜେଡିର ୧୬ ଜଣିଆ ମିଡିଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସୋମବାର ଦିନ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ବିତର୍କରେ ଦଳର ପ୍ରତିନିଧିତ୍ୱ କରିବା ଏବଂ ଏହାର ଦୃଷ୍ଟିକୋଣ ଉପସ୍ଥାପନ କରିବାକୁ ୧୬ଜଣିଆ ନୂଆ ମିଡିଆ ଟିମ୍ ଘୋଷଣା କରାଯାଇଛି।

ବିଜେଡି ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ଇଲେକ୍ଟ୍ରୋନିକ୍ ମିଡିଆ ବିତର୍କରେ ପ୍ରତିନିଧିତ୍ୱ କରିବାକୁ ଏହି ନେତାମାନଙ୍କୁ ଅନୁମତି ଦିଆଯାଇଛି।

ତେବେ ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନ, ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପସିତା ସାହୁ, ସୋଫିଆ ଆଲାମ୍, ଇରାନୀ ରାୟ, ବିଶ୍ୱ ପ୍ରତାପ ସାହୁ ଓ ଅରୁପ ଶ୍ରୀଚନ୍ଦନ ରହିଛନ୍ତି।

Comments are closed.