Latest Odisha News

BREAKING NEWS

ପାରିତ ହେଲା ‘ଜମ୍ମୁ ଓ କାଶ୍ମୀର ଆରକ୍ଷଣ ଅଧିନିୟମ ସଂଶୋଧନ ବିଲ୍, ସମର୍ଥନ କଲା ବିଜେଡ଼ି

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ସନ୍ଧ୍ୟାରେ ପାରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ‘ଜମ୍ମୁ ଓ କାଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪’ ସଂଶୋଧନ ବିଲ୍ । ଏଥିସହିତ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ଆଉ ୬ମାସ ରାଷ୍ଟ୍ରପତି ଶାସନ ବୃଦ୍ଧି କରାଯିବାକୁ ରାଜ୍ୟସଭାରେ ମଞ୍ଜୁରୀ ପ୍ରାପ୍ତ ହୋଇଛି । ଏହି ବିଲ୍ କୁ ପାରିତ କରିବା ଲାଗି ବିଜୁ ଜନତା ଦଳ ସମର୍ଥନ କରିଛି ।

ରାଜ୍ୟସଭାରେ ଏହି ଏସଂକ୍ରାନ୍ତୀୟ ବିଲ ଆଗତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଜମ୍ମୁ ଓ କାଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪’ ସଂଶୋଧନ ବିଲଟିକୁ ଗୃହରେ ଆଗତ କରିଥିଲେ । ଏହି ବିଲକୁ ବିଜେଡ଼ି ସମର୍ଥନ କରିବା ସହିତ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଆରଜେଡ଼ି ସମର୍ଥନ କରିଥିଲେ । ଏହି ବିଲକୁ ଡ଼ିଏମକେ ବିରୋଧ କରିଥିଲା ।

ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନକାଳ ଆଉ ୬ମାସ ବୃଦ୍ଧି କରିବା ପ୍ରସ୍ତାବକୁ ମଧ୍ୟ ରାଜ୍ୟସଭାରେ ମଞ୍ଜୁରୀ ମିଳିଯାଇଛି । ଏହାକୁ ମଧ୍ୟ ବିଜେଡ଼ି ସମର୍ଥନ କରିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ନିର୍ଦ୍ଦେଶକ୍ରମେ ତୃଣମୂଳ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ମଧ୍ୟ ସମର୍ଥନ କରିଥିବା ଦେଖାଯାଇଛି ।

ଏହି ଦୁଇଟି ପ୍ରସ୍ତାବ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି ।

ଏହାଫଳରେ ଜୁଲାଇ ୩ ତାରିଖଠାରୁ ଆଗାମୀ ୬ମାସ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ପୂର୍ବପରି ବଳବତ୍ତର ରହିବା ନିଶ୍ଚିତ ହୋଇଯାଇଛି ।

ରାଜ୍ୟସଭାରେ ଏହି ଦୁଇଟି ପ୍ରସ୍ତାବ ଆଗତ ହେବାପରେ ଆଲୋଚନା ହୋଇଥିଲା । ଆଜି କଂଗ୍ରେସ ସଦସ୍ୟ ଏବଂ ଗୃହମନ୍ତ୍ରୀଙ୍କ ମଧ୍ୟରେ ପ୍ରଶ୍ନ ଓ ଉତ୍ତରର ଯୁକ୍ତି ଦେଖିବାକୁ ମିଳିଥିଲା । ଗୃହରେ କଂଗ୍ରେସ ସଦସ୍ୟଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଜମ୍ମୁ ଓ କାଶ୍ମୀରରେ ସଂରକ୍ଷଣ ବିଧେୟକ ସଂଶୋଧନ ବିଲ୍ ପାରିତ ହେବା ପରେ ରାଜ୍ୟରେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଜନସାଧାରଣ ଉପକୃତ ହୋଇପାରିବେ । ଅନ୍ତର୍ଜାତୀୟ ସୀମାର ୧୦ କିମି. ପରିଧିରେ ରହୁଥିବା ଲୋକଙ୍କ ଲାଗି ଚାକିରି ଓ ଶିକ୍ଷା ଲାଗି ୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସୀମାରେଖାରେ ରହୁଥିବା ବ୍ୟକ୍ତିମାନେ ଶିକ୍ଷା/ଚାକିରି କ୍ଷେତ୍ରରେ ପଛୁଆ ହୋଇଯାଉଛନ୍ତି । ଏବେ ଏହାର ସୁଯୋଗ ନେଇ ଏଠାକାର ଜନସାଧାରଣ ବେଶ୍ ଉପକୃତ ହୋଇପାରିବେ ।

Leave A Reply

Your email address will not be published.